chena jhili
ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ଏହାପରେ ବଜାର କିମ୍ୱା ଘରେ ବନେଇଥିବା ଛେନା ଆଣନ୍ତୁ। ଏହାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚକଟନ୍ତୁ। ଏହା ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।
ଏହାପରେ ତାକୁ କିଛି ସମୟ ପାଇଁ ଘୋଡ଼ାଇ ରଖି ଦିଅନ୍ତୁ।ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ଏହାପରେ ଚୁଲିରେ କଡେଇ ବସାନ୍ତୁ, କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଛେନା ଝିଲିର ରଙ୍ଗ ବାଦାମୀ ହେଲା ପର୍ଯ୍ୟନ୍ତ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମିଠା ‘ଛେନା ଝିଲି’। ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1734595663.jpg)