Advertisment

ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି

ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।

ଅଦ୍ୟତନ ହୋଇଛି
Sweet

Sweet

Advertisment

ଆବଶ୍ୟକ ସାମଗ୍ରୀ: ଚିନାବାଦମ୍, ଗୁଡ଼, ଘିଅ, ପାଣି,

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ କଡେଇ ବସେଇ ବାଦାମକୁ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ। ଏହାପରେ କଡେଇରେ ଅଳ୍ପ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ଗୁଡ଼ ପକାନ୍ତୁ। ଏହାପରେ ସେଥିରେ ଗୁଡ ଏବଂ ପାଣି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏହାପରେ ସେଥିରେ ଭଜା ଚିନାବାଦାମ ପକାଇ ମିଶାନ୍ତୁ। ଏହାପରେ ବାଦାମ ଓ ଗୁଡ଼ ଭଲଭାବେ ମିଶିଗଲେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏହାପରେ ଏକ ଥାଳିରେ ସବୁଆଡେ ଘିଅ ଲଗାଇ ଦିଅନ୍ତୁ।

Advertisment

ଗୁଡ ଏବଂ ଚିନା ବାଦାମର ମିଶ୍ରଣକୁ ଥାଳିକୁ ବାହାର କରି ଆଣନ୍ତୁ। ଏହାକୁ ଥଣ୍ଡା କରିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହା ଥଣ୍ଡା ହୋଇଗଲେ ଆପଣ ଯେଉଁ ଆକାରରେ ଖାଇବାକୁ ଚାହିଁବେ ସେହି ଆକାରରେ ଗଢ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁଆଦିଆ ‘ବାଦାମ ଚିକ୍କି’ । ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe