Advertisment

ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା

ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।

author-image
Tapaswini Nayak
sweet

sweet

ଆବଶ୍ୟକ ସାମଗ୍ରୀ: କ୍ଷୀର,ଚିନି, ମଇଦା, ଛେନା, ଅଳେଇଚ ଗୁଣ୍ଡ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ କ୍ଷୀରକୁ ଗରମ କରନ୍ତୁ। କ୍ଷୀର ଗରମ ହୋଇଯିବା ପରେ ସେଥିରେ ଚିନି ପକାନ୍ତୁ। କ୍ଷୀରରେ ଚିନି ମିଶିବା ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଗୋଳାନ୍ତୁ। ଏହାପରେ କ୍ଷୀରକୁ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । କ୍ଷୀର ଫୁଟି ଫୁଟି ଅଧା ହୋଇଗଲା ପରେ ତାହାକୁ ଓହ୍ଲାଇ ଏକ ପାତ୍ରରେ ରଖି ଦିଅନ୍ତୁ।

Advertisment

ଏକ ପାତ୍ରରେ ଛେନାକୁ ଭଲ ଭାବେ ଚିପୁଡ଼ି ରଖନ୍ତୁ । ଏହାପରେ ଛେନାରେ ମଇଦା ମିଶାଇ ଭଲ କରି ଚକଟି ଦିଅନ୍ତୁ । ଚକଟି ସାରିବା ପରେ ଏହାକୁ ଗୋଲ ଗୋଲ କାକରାର ଆକାର ତିଆରି କରି ଏକ ପାତ୍ରରେ ରଖନ୍ତୁ ।

ଏହାପରେ କରେଇରେ ତେଲକୁ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ପ୍ରସ୍ତୁତ କାକରା ଗୁଡିକୁ ଛାଣନ୍ତୁ। ଏହାକୁ ଅଳ୍ପ ନାଲି ରଙ୍ଗ ହୋଇଗଲା ପର୍ଯ୍ୟନ୍ତ ଛାଣନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

Advertisment

ଛଣା କାକରାକୁ ଆଗରୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାନ୍ତୁ। ସେଥିରେ ଅଳେଇଚ ଗୁଣ୍ଡ ପକାଇ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାଡ଼ିଆ ମିଠା। ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ। 

Orissa Food