Advertisment

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ତାୱା ସେକା ଚିକେନ୍‌

‘ତାୱା ସେକା ଚିକେନ୍‌’କୁ ଆପଣ ପୁଦିନା ଚଟଣି ଓ ଟମାଟୋ ଚଟଣି ସହ ଖାଇ ପାରିବେ।

Tawa chicken

Tawa chicken

Advertisment

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌, ଚାଉଳ ବଟା, ପିଆଜ ବଟା, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍‌ଲେସ୍‌ ଚିକେନ୍‌କୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ତାକୁ କିମା ଭଳି କାଟି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ପିଆଜ ବଟା, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଚିକେନ ମସଲା ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ  ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମାରିନେଟ୍‌ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।

ଏକ ତାୱାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ପିଠା ଭଳି ଗଢ଼ନ୍ତୁ। ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚଳକୁ ଟିକେ ଧିମା କରି ଦିଅନ୍ତୁ।  କିଛି ସମୟ ମଧ୍ୟରେ ଏହାକୁ  ଦୁଇ ତିନି ଥର ତାକୁ ଲେଉଟାନ୍ତୁ। ଚିକେନ୍‌ ପିଠା ହୋଇଗଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତାୱା ସେକା ଚିକେନ୍‌’। ଏହାକୁ ଆପଣ ପୁଦିନା ଚଟଣି ଓ ଟମାଟୋ ଚଟଣି ସହ ଖାଇ ପାରିବେ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe