Advertisment

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ତାୱା ପନିର

ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

author-image
Tapaswini Nayak
Tawa paneer

Tawa paneer

ଆବଶ୍ୟକ ସାମଗ୍ରୀ: ପନିର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌, ଲେମ୍ବୁ ରସ, ତେଲ, ଲୁଣ, ଧନିଆ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କଟା ପନିର ପକାଇ ୧୦ରୁ ୧୫ ମିନିଟ୍‌ ଯାଏ ସେମିତି ଛାଡ଼ି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍‌ ହୋଇ ରହିଥିବା ପନିର ପକାଇ ହାଲ୍‌କା ଫ୍ରାଏ କରନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ। ସେ ସବୁ ଭାଜି ହୋଇଗଲା ପରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ଏଥିରେ ଟମାଟୋ ସସ୍‌ ପକାଇ ୬ରୁ ୭ ମିନିଟ୍‌ ଯାଏ କଷନ୍ତୁ। ତା’ପରେ ଏଥିରେ ହାଲ୍‌କା ଫ୍ରାଏ ହୋଇଥିବା ପନିର ପକାଇ ଅଧ କପ୍‌ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍‌ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ। ୧୦ ମିନିଟ୍‌ ପରେ ଗରମ ମସଲା ଗୁଣ୍ଡ ଓ କ୍ରିମ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଲେମ୍ବୁ ରସ ପକାଇ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରି ତା’ ଉପରେ ଧନିଆ ପତ୍ର ଦିଅନ୍ତୁ।

Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ତାୱା ପନିର। ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Orissa Food