Advertisment

ଘରେ ତିଆରି କରନ୍ତୁ ଚିକେନ ବଟର ଫ୍ଲାଏ

ଚିକେନ ବଟର ଫ୍ଲାଏକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

ଅଦ୍ୟତନ ହୋଇଛି
Butterfly chicken

Butterfly chicken

Advertisment

ଆବଶ୍ୟକ ସାମଗ୍ରୀ:  ବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ମସଲାଟିକୁ  କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।

ପରେ ଆଳୁକୁ ଚୋପା ଛଡ଼ାଇ ଗୋଲ ଗୋଲ କାଟି ରଖି ରଖନ୍ତୁ। ଏହା ପରେ କାଠିରେ ଆଳୁ ଓ ଗୋଳାଇ ରଖିଥିବା ଚିକେନକୁ ଫୋଡ଼ି ତେଲରେ ଛାଣନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍‌ରେ ରଖନ୍ତୁ। ମଝିମଝିରେ ଏହାକୁ ଗୋଳାଇ ଦିଅନ୍ତୁ। ଏହା ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଫ୍ଲାଏ ଚିକେନ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

Advertisment
Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe