Advertisment

ଘରେ ବନାନ୍ତୁ ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ା

ଚିଙ୍ଗୁଡ଼ି ପତ୍ର ପୋଡ଼ାକୁ ଭାତ ଓ ରୁଟି ସହ ଖାଇପାରିବେ।

author-image
Tapaswini Nayak
chingudi patra poda

chingudi patra poda

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଟା କଞ୍ଚା ଲଙ୍କା, କଟା ପିଆଜ, ସୋରିଷ ବଟା, କଦଳୀ ପତ୍ର, ଲେମ୍ବୁ ରସ, ଲୁଣ ଓ ସୋରିଷ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ ଶୁଖାଇ ଦିଅନ୍ତୁ। ପରେ ବଜାରରୁ ଆଣିଥିବା ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏଥିରେ ତେଲ, କଟା ପିଆଜ, ସୋରିଷ ବଟା, କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ କଦଳୀ ପତ୍ରରେ ରଖନ୍ତୁ ଓ ପତ୍ରକୁ ମୋଡ଼ି ସୂତାରେ ବାନ୍ଧିଦିଅନ୍ତୁ।

ତା’ପରେ ଏହାକୁ ଚୁଲି ଭିତରେ ରଖନ୍ତୁ (ମନେ ରଖିବେ ଚୁଲିରେ ମଧ୍ୟମ ଆଞ୍ଚ ରହିବ)। ପୋଡ଼ିବା ବାସ୍ନା ଆସିଲେ ଏହାକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍‌ ସମୟ ଲାଗିବ। ଏହା ପରେ ଏହାକୁ ଚୁଲିରୁ କାଢ଼ି ଆଣନ୍ତୁ।  ପ୍ରସ୍ତୁତ ହୋଇଗଲା ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ା। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

Advertisment
Orissa Food