Advertisment

ଗରମ ଭାତ ସହ ଖାଆନ୍ତୁ ମାଛ ପୋସ୍ତ

ପ୍ରଥମେ ମାଛକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମାଛକୁ ଛାଣନ୍ତୁ। ମାଛ ଛାଣି ହୋଇଗଲାପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fish posto

Fish posto

ସାମଗ୍ରୀ:  ମାଛ, ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା, ପୋସ୍ତ, ଅଦାରସୁଣ ବଟା, କଟା ପିଆଜ, କଟା ଟମାଟୋ, ଲଙ୍କା ପାଉଡର, ଧନିଆପାତ୍ର, ଗରମ ମସଲା 

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ, ହଳଦୀ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ପରେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମାଛକୁ ଛାଣନ୍ତୁ। ମାଛ ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ ପ୍ୟାନରେ ପୁଣି ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜ ପକାନ୍ତୁ।  ପିଆଜ ଭାଜି ହୋଇଗଲା ପରେ ସେଥିରେ ଅଦା,ରସୁଣ ପେଷ୍ଟ ଓ କଟା କଞ୍ଚା ଲଙ୍କା ପକାଇ କିଛି ସମୟ କଷନ୍ତୁ। ପରେ ସେଥିରେ କଟା ଟମାଟୋ,ଲଙ୍କା ପାଉଡର,ହଳଦୀ ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ କଷନ୍ତୁ।  

ମସଲା କଷି ହେବାପରେ ସେଥିରେ ପୋସ୍ତ ବଟାକୁ ପକାଇ କଷନ୍ତୁ। ମସଲା କଷି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପରେ ମସଲାକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ଭାଜି ରଖିଥିବା ମାଛକୁ ପକାଇ ଦିଅନ୍ତୁ। ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ମାଛ ପୋସ୍ତ। ପରେ ସେଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

Advertisment
Orissa Food