Advertisment

ପଣା ସଂକ୍ରାନ୍ତିରେ ଘରେ ତିଆରି କରନ୍ତୁ ଚାଉଳ ରସମଲାଇ

ଘରେ ସହଜ ଉପାୟରେ ଚାଉଳ ରସମଲାଇକୁ ତିଆରି କରିପାରିବେ।

Rice rasmalai

Rice rasmalai

Advertisment

ଆବଶ୍ୟକ ସାମଗ୍ରୀ:  ଅରୁଆ ଚାଉଳ, କ୍ଷୀର, ଚିନି, କେଶର ଆଲ୍‌ମଣ୍ଡ୍‌

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅରୁଆ ଭାତକୁ ଏକ ପାତ୍ରରେ ନେଇ ସେଥିରେ ଇଲାଚି  ପାଉଡର ଓ ଗ୍ରାଇଣ୍ଡିଂ କରି ରଖିଥିବା ଚିନିକୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଭଲଭାବରେ ଚକଟି ଦିଅନ୍ତୁ।  ପରେ ହାତରେ ତେଲ ଲଗାଇ ତାକୁ ଗୋଲଗୋଲ କରି  ଏକ ପାତ୍ରରେ ରଖନ୍ତୁ।

Advertisment

ପରେ ଏପାତ୍ରରେ କ୍ଷୀରକୁ ଗରମ କରନ୍ତୁ। କ୍ଷୀରକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। କ୍ଷୀର କିଛି ସମୟ ଫୁଟି ଯିବାପରେ ସେଥିରେ ଆବଶ୍ୟକ ଅନୁସାରେ ଚିନି, କଟା ପିସ୍ତା ପକାଇ ଦେଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ କେଶର ପକାଇ ଦିଅନ୍ତୁ। ପରେ କ୍ଷୀରକୁ କିଛି ସମୟ ଫୁଟାନ୍ତୁ। ପରେ ସେଥିରେ ଅରୁଆ ଭାତକୁ ଗୋଳାଇ  ପକାଇ ଦିଅନ୍ତୁ। ପରେ ତାକୁ ଗୋଟାଏ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ପାତ୍ରକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ରସମଲାଇ। ଥଣ୍ଡା ହୋଇଗଲା ପରେ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ପରେ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ।

Rice-Rasmalai Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe