Advertisment

ଘରେ ତିଆରି କରନ୍ତୁ ଫିସ୍‌ ଅମ୍‌ଲେଟ୍‌

ଫିସ୍ ଅମ୍‌ଲେଟ୍‌କୁ ଆପଣ ରୁଟି  ଓ ଭାତ ସହ ଖାଇପାରିବେ।

fish omelet

fish omelet

Advertisment

ଆବଶ୍ୟକ ସାମଗ୍ରୀ:  ମାଛ, ଅଣ୍ଡା, ତେଲ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଧନିଆ ପତ୍ର ଏବଂ ଗୋଲମରିଚ ଗୁଣ୍ଡ।

Advertisment

ପ୍ରସ୍ତୁତି ପ୍ରଣାଳୀପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅଦା ରସୁଣ ପେଷ୍ଟ ଗୋଳାଇ ମ୍ୟାରିନେଟ୍‌ କରି ରଖନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛ ଗୁଡ଼ିକୁ ଭାଜି ଥଣ୍ଡା କରିଦିଅନ୍ତୁ। ଥଣ୍ଡା ମାଛର କଣ୍ଟା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଦୁଇଟି ଅଣ୍ଡା ଏକ ପାତ୍ରରେ ଭାଙ୍ଗନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା କଞ୍ଚା ଲଙ୍କା, କଟା ପିଆଜ ପକାଇ ଗୋଳାଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ ତାୱା ବସାଇ ତେଲ ଗରମ କରି ଫେଣ୍ଟା ଯାଇଥିବା ଅଣ୍ଡାକୁ ସେଥିରେ ଅମ୍‌ଲେଟ୍‌ ଭଳି କରନ୍ତୁ। ଏହି ସମୟରେ ଗ୍ୟାସ୍‌ର ଆଞ୍ଚ କମ୍‌ ରଖିବେ। ଏହା ପରେ ଅମ୍‌ଲେଟ୍‌ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମାଛ, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ଘୋଡ଼ଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ଭିତରେ ପ୍ରସ୍ତୁତ ହୋଇଯିବ ଫିସ୍ ଅମ୍‌ଲେଟ୍‌। ଏହାକୁ ଆପଣ ରୁଟି  ଓ ଭାତ ସହ ଖାଇପାରିବେ।

Advertisment
Orissa Food Fish Omelet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe