Advertisment

ଶାଗୁ ଖିରି

ଶାଗୁ ଖିରି ଶରୀର ପାଇଁ ଲାଭଦାୟକ। ଛୋଟ ପିଲାମାନେ ମଧ୍ୟ ଏହାକୁ ଖାଇପାରିବେ।

author-image
Tapaswini Nayak
sago kheer

sago kheer

ଆବଶ୍ୟକ ସାମଗ୍ରୀ: ଶାଗୁ, ଚିନି, କ୍ଷୀର, ଗୁଜରାତି, ଲୁଣ, ତେଜପତ୍ର, ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶାଗୁ ଖିରି କରିବା ପାଇଁ ଶାଗୁକୁ ୩ରୁ୪ ଘଣ୍ଟା ପୂର୍ବରୁ ପାଣିରେ ଭିଜାଇ ଦିଅନ୍ତୁ। ପରେ କରେଇରେ ଅଳ୍ପ ପାଣି ଗରମ କରନ୍ତୁ। ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ପରେ ଭିଜାଇ ରଖିଥିବା ଶାଗୁକୁ ଧୋଇକି ସେଥିରେ ପକାଇ ଦେଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ, ତେଜପତ୍ର ଓ ଆବଶ୍ୟକ ଚିନି ପକାଇ ଦିଅନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶାଗୁ ଖିରି।

Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏହି ସମୟରେ ଥଣ୍ଡା ଜିନିଷ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି ସମୟରେ ଘରେ ଶାଗୁ ଖିରି ଖାଇବା ଆବଶ୍ୟାକ। ଏହା ଶରୀର ପାଇଁ ଲାଭଦାୟକ।ଛୋଟ ପିଲାମାନେ ମଧ୍ୟ ଏହାକୁ ଖାଇପାରିବେ।

Orissa Food Lifestyle