Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଇଟ କର୍ଣ୍ଣ ସୁପ୍‌

ଶୀତ ଦିନରେ ସୁଇଟ କର୍ଣ୍ଣ ସୁପ୍‌ ପିଇବାକୁ ଭଲ ଲାଗିଥାଏ

ଅଦ୍ୟତନ ହୋଇଛି
sweet-corn-soup

sweet-corn-soup

Advertisment

ଆବଶ୍ୟକ ସାମଗ୍ରୀ: ଆମେରିକାନ ସୁଇଟ କର୍ଣ୍ଣ, ଗାଜର, ଫ୍ରେଞ୍ଚ ବିନ୍ସ,  ପିଆଜ,  ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ, ବଟର, ଲୁଣ, ଧନିଆପତ୍ର, କର୍ଣ୍ଣଫ୍ଲୋର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ସେଥିରେ କଟା ହୋଇଥିବା, ଗାଜର, ଫ୍ରେଞ୍ଚ ବିନ୍ସ, କଟା ପିଆଜ, କଟା ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ ପକାନ୍ତୁ। ତାହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ଷ୍ଟକ୍ ।

ଆଉ ଏକ ପାତ୍ରରେ କିଛି ବଟର ନିଅନ୍ତୁ। ତାହା ଗରମ ହୋଇଗଲେ ସେଥିରେ କିଛି ରସୁଣ ପକାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ କଟା ଯାଇଥିବା ଗାଜର ଓ ଫ୍ରେଞ୍ଚ ବିନ୍ସ, ଗ୍ରୀନ ମଟର ପକାନ୍ତୁ। ଏହାପରେ ସେଥିରେ ଆମେରିକାନ ସୁଇଟ କର୍ଣ୍ଣ , ଲୁଣ, ଗୋଲମରିଚ ଗୁଣ୍ଡ, କିଛି ବଟା ହୋଇଥିବାକର୍ଣ୍ଣ ପକାନ୍ତୁ। ଏହାକୁ ହାଲକା ଭାଜନ୍ତୁ। ଏହାପରେ ଭେଜିଟେବୁଲ ଷ୍ଟକକୁ ସେଥିରେ ପକାନ୍ତୁ।

Advertisment

ଫୁଟିଗଲା ପରେ ସେଥିରେ କଟା ଧନିଆପତ୍ର, ଅଳ୍ପ ଲୁଣ, କିଛି କର୍ଣ୍ଣଫ୍ଲୋର ଘୋଳ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସୁଇଟ କର୍ଣ୍ଣ ସୁପ୍‌। ଶୀତ ଦିନରେ ସୁଇଟ କର୍ଣ୍ଣ ସୁପ୍‌ ପିଇବାକୁ ଭଲ ଲାଗିଥାଏ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe