Advertisment

ମାତ୍ର ଦୁଇ ପିସ୍‌ ପାଉଁରୁଟିରେ ହେବ ସୁଇଟ୍‌ ଡିସ୍‌, ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ

ଏହି ଡିସ୍‌ ଆଜିକାଲି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ଅଦ୍ୟତନ ହୋଇଛି
Bread Dish

Bread Dish

Advertisment

ମିଠା ଖାଇବାକୁ ଇଚ୍ଛା ହେଉଥିଲେ, ଫଟାପଟ ପ୍ରସ୍ତୁତ ହୋଇଯିବ ସୁଇଟ୍‌ ଡିସ୍‌। ତାହା ପୁଣି ମାତ୍ର ଦୁଇ ପିସ୍‌ ପାଉଁରୁଟିରେ। ଏହା ପାଟିକୁ ଖୁବ୍‌ ସୁଆଦିଆ । ଏହି ଡିସ୍‌ ଆଜିକାଲି ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

Advertisment

ଆବଶ୍ୟକ ସାମଗ୍ରୀ:ପାଉଁରୁଟି, ବଟର, କ୍ଷୀର, ଚିନି, ଡ୍ରାଏ ଫ୍ରୂଟ୍ସ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦୁଇ ପିସ୍‌ ବ୍ରେଡ ନେଇ ତାହାର ଚାରି ପାଖକୁ କାଟି ବାହାର କରି ଦିଅନ୍ତୁ। ଏକ ପ୍ୟାନ୍‌ରେ କିଛି ବଟର ନେଇ ଦୁଇଟି ପାଉଁରୁଟିର ଉଭୟ ପାର୍ଶ୍ୱକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ। ପରେ ଗ୍ୟାସ୍‌ର ଆଞ୍ଚକୁ ସିମ୍‌ କରି ଦିଅନ୍ତୁ।

ଏବେ ଏକ ପାତ୍ରରେ ସିଝା କ୍ଷୀରରେ ଚିନି ମିଶାଇ ଦିଅନ୍ତୁ। ଏହାପରେ ଧୀରେ ଧୀରେ ପାଉଁରୁଟି ଉପରେ କ୍ଷୀର ଢାଳନ୍ତୁ। ଏଥିସହ ପାଉଁରୁଟି ସମ୍ପୂର୍ଣ୍ଣ କ୍ଷୀରକୁ ସୋକ୍‌ କରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହାପରେ ପ୍ରସ୍ତୁତ ହୋଇଗଲା ପାଉଁରୁଟିରେ ଆପଣଙ୍କ ସୁଇଟ ଡିସ୍‌।

Advertisment

ଏହା ଉପରେ କିଛି ଡ୍ରାଏ ଫ୍ରୁଟ୍ସ ଦେଇ ଏହାକୁ ଆପଣଙ୍କ ଅତିଥିଙ୍କୁ ସର୍ଭ କରିବା ସହ ନିଜେ ବି ଏହାର ମଜା ଉଠାଇ ପାରିବେ।

Indian Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe