ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ଆସନ୍ତୁ ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍ରେ ଏକ କପ୍ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟି ଆସିଲେ ସେଥିରେ କ୍ଷୀରର ଅଧା ପରିମାଣର ଚିନି ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଏକ କପ୍ ମିଲ୍କ ପାଉଡର ପକାଇ ଭଲ ଭାବ ଗୋଳାନ୍ତୁ। ଏହା ଗାଢ଼ ହୋଇ ଆସିଲେ ସେଥିରେ କିଛି ଗୁଆ ଘିଅ ପକାଇ ଦିଅନ୍ତୁ।
ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ହାତରେ ଭଲ ଭାବେ ଚକଟି ଛୋଟ ଛୋଟ ଗୋଲ ସାଇଜର ମିଠା ଆକୃତିର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଘର ତିଆରି ମିଠା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...