Advertisment

ଅପରାଜିତା ଫୁଲରୁ ପ୍ରସ୍ତୁତ ନୀଳ ଘିଅ ଭାତ ମୋହୁଛି ମନ, ଭାଇରାଲ୍ ହେଉଛି ଭିଡିଓ

ନୀଳ ରଙ୍ଗର ଘିଅ ଭାତ ପ୍ରସ୍ତୁତ ପ୍ରଣାଳୀ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି...

Blue Rice

Blue Rice

Advertisment

ବର୍ତ୍ତମାନ ସମୟରେ ସୋଶାଲ ମିଡିଆରେ ଖାଇବା ଭିଡିଓର ଚାହିଦା ଅନେକ। ଅଧିକାଂଶ ସମୟରେ ଖାଦ୍ୟ ପ୍ରସ୍ତୁତ ସମୟର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ଏସବୁ ମଧ୍ୟରେ ନୀଳ ରଙ୍ଗର ଘିଅ ଭାତ ପ୍ରସ୍ତୁତ ପ୍ରଣାଳୀ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Advertisment

ଏହା ପଛର ମୁଖ୍ୟ କାରଣ ହେଉଛି, ପ୍ରସ୍ତୁତ ହୋଇଥିବା ନୀଳ ରଙ୍ଗର ଘିଅ ଭାତ ଅପରାଜତି ଫୁଲକୁ ବ୍ୟବହାର କରି କରାଯାଇଛି। ପ୍ରତିମା ପ୍ରଧାନ ନାମକ ଇନଷ୍ଟାଗ୍ରାମ ଆଇଡିରେ ଏହି ଭିଡିଓ ଅପଲୋଡ୍ କରାଯାଇଛି। 

ଭିଡିଓ ଅନୁସାରେ, ପ୍ରଥମେ ଅପରାଜିତା ଫୁଲକୁ ଭଲ ଭାବେ ଧୋଇବା ପରେ ଏହାକୁ ଗରମ ପାଣିରେ ଫୁଟା ଯାଉଛି, ଫୁଲ ପାଣିରେ ଫୁଟି ସାରିବା ପରେ ଏହାକୁ ପାଣିରୁ ଛାଣି ଦିଆଯାଉଛି ଏବଂ ସେହି ପାଣିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ପକାଯାଉଛି।

Advertisment

ନୀଳ ପାଣି ସହ ଚାଉଳ ଭଲ ଭାବେ ପ୍ରସ୍ତୁତ ହୋଇଯିବା ପରେ ଏଥିରେ ଘିଅ ଏବଂ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ପକାଯାଉଛି। ଏହି ନୀଳ ରଙ୍ଗର ଭାତ ସହ ଡ୍ରାଏ ଫ୍ରୁଟ୍ସ ବେଶ୍ ଆକର୍ଷଣୀୟ ଦେଖାଯାଉଛି।

ଇନଷ୍ଟାରେ ପୋଷ୍ଟ ହୋଇଥିବା ଭିଡିଓକୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଭିଡିଓରେ ଅଢେଇ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲିଣେ। କିନ୍ତୁ ଏହି ରେସିପିକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କେହି କେହି ଅପରାଜିତା ଫୁଲରେ ପ୍ରସ୍ତୁତ ହୋଇଥିବାରୁ ନାପସନ୍ଦ କରିଥିବା ବେଳେ ଅନ୍ୟ କେହି ପସନ୍ଦ କରିଛନ୍ତି। 

Viral Video Butterfly Pea Flower Blue Rice Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe