Tomato Rice
ଆବଶ୍ୟକ ସାମଗ୍ରୀ: ଚାଉଳ, ଟମାଟୋ, ସୋରିଷ, ଜିରା, ଭୃସଙ୍ଗ ପତ୍ର, ବୁଟ ଡାଲି, ବିରି ଡାଲି, ଗୁଜରାତି, ଡାଲଚିନି, ଲବଙ୍ଗ, ଗୋଲମରିଚ, ଶୁଖିଲା ଲଙ୍କା, ରିଫାଇନ୍ ଅଏଲ, ଅଦା, ରସୁଣ, ଧନିଆ ପାଉଡର, ଜିରା ପାଉଡର, ଲୁଣ, ହଳଦି, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଧନିଆ ପତ୍ର, ପୋଦିନା ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ତାହାକୁ ଅଧ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ପ୍ରେସର କୁକରରେ ପ୍ରଥମେ ରିଫାଇନ୍ ଅଏଲ ପକାନ୍ତୁ। ସେଥିରେ ସୋରିଷ, ଜିରା, ଭୃସଙ୍ଗ ପତ୍ର, ବୁଟ ଡାଲି, ବିରି ଡାଲି, ଗୁଜରାତି, ଡାଲଚିନି, ଲବଙ୍ଗ, ଗୋଲମରିଚ, ଶୁଖିଲା ଲଙ୍କା ପକାଇ ଭାଜନ୍ତୁ। ଏହାପରେ ସେଥିରେ ପିଆଜ ପକାନ୍ତୁ।
ପିଆଜ ଭାଜି ହୋଇଗଲା ପରେ ଟମାଟୋ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ଜିରା ପାଉଡର, ଲୁଣ, ହଳିଦି, ଲଙ୍କା ଗୁଣ୍ଡ ପକାନ୍ତୁ। ଟମାଟୋ ପୂରା ସିଝିବା ଯାଏ ଘାଣ୍ଟନ୍ତୁ।
ଟମାଟୋ ସିଝି ଯିବର ପରେ ସେଥିରେ କଞ୍ଚାଲଙ୍କା, ଧନିଆ, ପୋଦିନା ପତ୍ର ପକାନ୍ତୁ। ଏହାପରେ ଚାଉଲକୁ ଧୋଇ ପକାନ୍ତୁ। ତାହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ କିଛି ଗରମ ମସଲା ପକାନ୍ତୁ।
ଏହାପରେ ସେଥିରେ ପାଣି ପକାନ୍ତୁ। ଯେତିକି ଚାଉଳ ଦେଇଛନ୍ତି ତାହାଠୁ ଅଧିକ ପାଣି ଦିଅନ୍ତୁ। ଏହାପର ପ୍ରେସର କୁକରକୁ ବନ୍ଦ କରି ଦିଅନ୍ତୁ। ଗୋଟିଏ ହୁଇସିଲ ଦେବା ପରେ ପ୍ରେସରକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଟମାଟୋ ରାଇସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us