Puri
ଆମେ ଘରେ ସାଧାରଣତଃ ଅଟାରେ ସାଧା ପୁରୀ କରି ଖାଇଥାଉ। ହେଲେ କେବେ ଭାବିଛନ୍ତି ପୁରୀ ବି ଚଟପଟା ସ୍ୱାଦ ଦେବ । ଥରେ ଏହାକୁ ଖାଇଲେ ପାଟିରୁ ଛାଡ଼ିବନି। ତା’ ହେଲେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ: ଅଟା, ଲୁଣ, ଜିରା, ଚିଲି ଫ୍ଲେକ୍ସ, କସ୍ତୁରି ମେଥି, ଫ୍ରେଶ୍ ଦହି, ରିଫାଇନ ତେଲ ଓ ହଳଦି ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ଲୁଣ, ଜିରା, ଚିଲି ଫ୍ଲେକ୍ସ, କସ୍ତୁରି ମେଥି, ଫ୍ରେଶ୍ ଦହି, ରିଫାଇନ ତେଲ ଓ ହଳଦିକୁ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ ଅଳ୍ପ ଅଳ୍ପ ପାଣି ପକାଇ ଚକଟନ୍ତୁ। ଅଟା ସମ୍ପୂର୍ଣ୍ଣ ଚକଟି ହୋଇଯିବା ପରେ ତାହା ନ ଶୁଖିବା ପାଇଁ ତାହା ଉପରେ କିଛି ରିଫାଇନ ତେଲ ମାରି ଦିଅନ୍ତୁ।
ଏହି ଅଟା ଚକଟାକୁ ଅଧ ଘଣ୍ଟା ପାଇଁ ଘୋଡ଼ାଇ ଛାଡ଼ି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରି ପୁରୀ ବେଲି ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଖାସ୍ତା, ଫୁଲା ଫୁଲା ପୁରୀ।
ଗରମାଗରମ ପୁରୀକୁ ଆପଣ ମଟର ତରକାରୀ, ଆଳୁ ତରକାରୀ ସହ ନଚେତ କୌଣସି ଚଟପଟା ଚଟଣୀ ସହ ଖାଇ ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
