Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଜିର ଏହି ରେସିପି, ବର୍ଷା ପାଗ ଖୁବ୍‌ ଜମିବ

ଏହା ପାଟିକୁ ଯେତେ ଚଟପଟା ଖାଇବାକୁ ଯେତେ ସୁଆଦିଆ । ଘରେ ଥରେ ପ୍ରସ୍ତୁତ କରନ୍ତୁ ଏହି ସୁଆଦିଆ ପକୁଡ଼ି

author-image
Niharika Rout
ଅଦ୍ୟତନ ହୋଇଛି
Suji Pakoda

Suji Pakoda

ବର୍ଷା ଦିନେ ଗରମାଗରମ ପକୁଡ଼ି ଖାଇବାର ମଜା ଅଲଗା। ଲୋକେ ଭିନ୍ନ ଭିନ୍ନ ପ୍ରକାରର ପକୁଡ଼ି ଖାଇ ବର୍ଷା ପାଗର ମଜା ଉଠାଇଥାନ୍ତି। ହେଲେ କେବେ ସୁଜି ଓ ଆଳୁର ସୁଆଦିଆ ପକୁଡ଼ି ଖାଇଛନ୍ତି। ଏହା ପାଟିକ ଯେତେ ଚଟପଟା ଖାଇବାକୁ ଯେତେ ସୁଆଦିଆ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

Advertisment

ପ୍ରଥମେ ଆଳୁକୁ ଚୋପା ଛଡ଼ାଇ ଏକ ଗ୍ରେଟ୍‌ରରେ ଘଷି ଦିଅନ୍ତୁ। ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ତେଲ ପକାଇ ଜିରା ପକାନ୍ତୁ। ଜିରା ଫୁଟିଲେ କଞ୍ଚା ଲଙ୍କା, ଅଦା, ଭେସୃଙ୍ଗା ପତ୍ର, କଞ୍ଚା ଆଳୁ ପକାଇ ହାଲକା ଭାଜି ଦିଅନ୍ତୁ।

ଏବେ ସେଥିରେ ପାଣି ଦିଅନ୍ତୁ। ମନେ ରଖନ୍ତୁ ଏହି ପକୁଡ଼ି ପାଇଁ ଯେତିକି ସୁଜି ବ୍ୟବହାର କରିବେ, ତାର ଦୁଇ ଗୁଣା ପାଣି ପକାଇବେ। ପାଣି ଫୁଟିଗଲେ ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଚାଟ ମସଲାକୁ ପକାନ୍ତୁ। ଏହାପରେ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ।

Advertisment

ସେଥିରେ ଅଳ୍ପ ଅଳ୍ପ କରି ସୁଜି ପକାଇ ତାହାକୁ ଭଲ ଭାବେ ଜନ୍ତଣୀ ଦିଅନ୍ତୁ। ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ଦିଅନ୍ତୁ। ପରେ ତାହାକୁ ହାତରେ ଛୋଟା ଛୋଟା ଗୁଳା କରି ତେଲରେ ଛାଣି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ସୁଜି ପକୁଡ଼ି। ବର୍ଷା ପାଗରେ ଏହାର ମଜା ନିଅନ୍ତୁ।

Odia Food Recipe