Advertisment

G20ରେ ମିଲେଟ୍‌ ମିଶନ୍‌ର ଅଭିଜ୍ଞତା ବାଣ୍ଟିବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା

ସ୍ୱତନ୍ତ୍ର ଅତିଥି ଭାବେ ଏମାନେ ନୂଆଦିଲ୍ଲୀ ଯାଉଛନ୍ତି। ମିଲେଟ୍‌ ମିଶନରେ ସେମାନଙ୍କ ଭାଗିଦାରିତା ଓ ଅନୁଭିତା- ଅଭିଜ୍ଞତା ନେଇ ନିଜ ନିଜର ବକ୍ତବ୍ୟ ରଖିବେ।

Millet Mission

Millet Mission

Advertisment

ଦେଶର ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା G20ରେ ଭାଗ ନେବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା ସୁବାସା ମହାନ୍ତି ଓ ରାଇମତି ଘିଉରିଆ। ମିଲେଟ୍‌ ମିଶନ୍‌ ଉପରେ ତୃଣମୂଳ ସ୍ତରରେ କାମ କରୁଥିବା ଓଡ଼ିଶାର ଦୁଇ ଆଦିବାସୀ ମହିଳା ହେଲେ ମୟୂରଭଞ୍ଜ ଯଶୀପୁର ଗୋଇଲି ଗାଁର ସୁବାସା ମହାନ୍ତ ଓ କୋରାପୁଟ କୁନ୍ଦୁରାର ରାଇମତି ଘିଉରିଆ ଓ ମୟୂରଭଞ୍ଜ ଯଶୀପୁର ଗୋଇଲି ଗାଁର ସୁବାସା ମହାନ୍ତ। ସ୍ୱତନ୍ତ୍ର ଅତିଥି ଭାବେ ଏମାନେ ନୂଆଦିଲ୍ଲୀ ଯାଉଛନ୍ତି। ମିଲେଟ୍‌ ମିଶନରେ ସେମାନଙ୍କ ଭାଗିଦାରିତା ଓ ଅନୁଭିତା- ଅଭିଜ୍ଞତା ନେଇ ନିଜ ନିଜର ବକ୍ତବ୍ୟ ରଖିବେ।

Advertisment

ତା’ପୂର୍ବରୁ ଆଜି ଯଶିପୁର ଗୋଇଲି ଗାଁରେ ପହଞ୍ଚି ସୁବାସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମିଲେଟମିଶନ କର୍ମଚାରୀମାନେ। G20 କାର୍ଯ୍ୟକ୍ରମ ଭାଗ ନେବା ପାଇଁ ଯାଉଥିବାରୁ ସେ ଉତ୍ସାହିତ ଅଛନ୍ତି। ଏବେ ସେ ମାଣ୍ଡିଆ ମା’ ରୂପେ ମୟୂରଭଞ୍ଜ ଜିଲ୍ଲାରେ ପରିଚିତ ଲାଭ କରିଛନ୍ତି।

ଆସନ୍ତା ୯ ତାରିଖରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଅଷ୍ଟାଦଶ ଜି-୨୦ ସମ୍ମିଳନୀ। ଏହା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। G20 ବୈଠକରେ ଯୋଗଦେବା ଲାଗି କାଲି ନୂଆଦିଲ୍ଲୀ ପହଞ୍ଚୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବାଇଡେନ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍‌ ଆଇଟିସି ମୌର୍ଯ୍ୟ।

Advertisment

ସେହିଭଳି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ରେ ଯୋଗଦେବା ଲାଗି ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ଏ ସମ୍ଭ୍ରାନ୍ତ ହୋଟେଲ ସାନଗ୍ରୀ ଲା’। ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍। ତେବେ ଭାରତ ତଥା ଦକ୍ଷିଣ ଏସିଆରେ ପ୍ରଥମ ଥର ଆୟୋଜିତ ଏହି G20 ବୈଠକରେ ଏଥର ଯୋଗଦେଉ ନାହାନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ସେହିଭଳି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ମଧ୍ୟ G20 ବୈଠକରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି।

Millet Mission Koraput Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe