Advertisment

ଭାତକୁ ଟ୍ରାକ୍ଟରରେ ବୋହି ନେଇ ଫିଙ୍ଗିଦେଲେ

ଟ୍ରାକ୍ଟରରେ ବୋହି ନେଇ ଫିଙ୍ଗିଦେଲେ । କ’ଣ ପାଇଁ ମହିଳାମାନେ ମଧ୍ୟାହ୍ନ ଭୋଜନ କଲେ ନାହିଁ, ତାହା ଜଣାପଡ଼ି ନଥିବା ବେଳେ ସଭା ପରେ ଟ୍ରାକ୍ଟରରେ ଭାତ ବୁହାଯାଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଭାତ ଫିଙ୍ଗିବାକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି।

author-image
Manoj Swain

ମହା ଆଡ଼ମ୍ୱରେ ଆୟୋଜନ ହୋଇଥିଲା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସଭା। ସେଥିପାଇଁ ପୂରା ଦମ୍‌ରେ ଲାଗି ପଡ଼ିଥିଲା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ତଥାପି ସଭାକୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା(ଏସ୍‌ଏଚ୍‌ଜି) ନଖାଇ ଚାଲିଗଲେ। କ’ଣ ପାଇଁ ମହିଳାମାନେ ମଧ୍ୟାହ୍ନ ଭୋଜନ କଲେ ନାହିଁ, ତାହା ଜଣାପଡ଼ି ନଥିବା ବେଳେ ସଭା ପରେ ଟ୍ରାକ୍ଟରରେ ଭାତ ବୁହାଯାଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଭାତ ଫିଙ୍ଗିବାକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି।

Advertisment
Odisha Vk Pandian Mayurbhanj