Advertisment

ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ, ନଚେତ୍ ଦୁର୍ବଳ ହୋଇଯିବ ଇମ୍ୟୁନିଟି

କେଉଁ ସବୁ ଖାଦ୍ୟ ଅଛି, ଯାହା ଆମ ପ୍ରତିରୋଧ ପ୍ରଣାଳୀକୁ ଦୁର୍ବଳ କରେ ଜାଣନ୍ତୁ...

ଅଦ୍ୟତନ ହୋଇଛି
Woman Eating file Photo

Woman Eating file Photo

Advertisment

ଅଧିକାଂଶ ସମୟରେ ଆଲୋଚନା ହୁଏ, ପୂର୍ବ କାଳର ଲୋକଙ୍କୁ ଖୁବ୍ କମ୍ ରୋଗ ହେଉଥିଲା। ବର୍ତ୍ତମାନ ସମୟରେ ସବୁ ଶ୍ରେଣୀର ଲୋକେ ବିଭିନ୍ନ ପ୍ରକାର ରୋଗର ପୀଡ଼ିତ ହେଉଛନ୍ତି। ଏଥିପାଇଁ ମୁଖ୍ୟତଃ ଆମ ଜୀବନଶୈଳୀକୁ ଦାୟୀ କରାଯାଏ। ପୂର୍ବର ଲୋକେ ବହୁ ପରିଶ୍ରମୀ ଥିଲେ, ଶାରୀରିକ କାର୍ଯ୍ୟକଳାପ କରୁଥିଲେ। ଏଥିସହ ସେମାନଙ୍କ ଖାଦ୍ୟ ପ୍ରଣାଳୀ ମଧ୍ୟ ସ୍ୱତନ୍ତ୍ର ଥିଲା, ଯାହା ବର୍ତ୍ତମାନଠୁ ସମ୍ପୂର୍ଣ୍ଣ ଭିନ୍ନ। ସେଥିପାଇଁ ଖୁବ୍ କମ୍ ଲୋକ ରୋଗରେ ପୀଡିତ ହେଉଥିଲେ। 

Advertisment

ବର୍ତ୍ତମାନ ସମୟରେ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି, ଦେଶୀ ଖାଦ୍ୟଠାରୁ ଆମେ ଅଧିକ ବିଦେଶୀ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଏପରି ଅନେକ ଖାଦ୍ୟ ଅଛି, ଯାହା ଆମ ଶରୀରର ପ୍ରତିରୋଧ ପ୍ରଣାଳୀ ଅର୍ଥାତ୍ ଇମ୍ୟୁନୋ ସିଷ୍ଟମକୁ ଦୁର୍ବଳ କରିଦିଏ। ଆଉ ଦୁର୍ବଳ ପ୍ରତିରୋଧ ପ୍ରଣାଳୀ ରୋଗର ମୁଖ୍ୟ କାରଣ ହୋଇଥାଏ। ତେବେ କେଉଁ ସବୁ ଖାଦ୍ୟ ଅଛି, ଯାହା ଆମ ପ୍ରତିରୋଧ ପ୍ରଣାଳୀକୁ ଦୁର୍ବଳ କରେ ଜାଣନ୍ତୁ...

  • ଚିନି

ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଚିନି ଖାଇବା ଦ୍ୱାରା ଶ୍ୱେତ ରକ୍ତ କଣିକା କମିଯାଏ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ। ଫଳରେ ଜଣେ ବ୍ୟକ୍ତି ରୋଗ ବିରୁଦ୍ଧରେ ଲଢିବାକୁ ସକ୍ଷମ ହୁଅନ୍ତି ନାହିଁ। ଏହା ସହିତ ଅଧିକ ଚିନି ଖାଇବା ଦ୍ୱାରା ମଧୁମେହ ହୋଇଥାଏ। ମଧୁମେହ ହେଲେ କୌଣସି ପ୍ରକାର ରୋଗ ଉପଶମ ହେବା କଷ୍ଟକର ହୋଇଯାଏ। ବଢିଥାଏ। ଚିନି ନ ଖାଇବାର ଆଉ ଏକ ଭଲ ଗୁଣ ମଧ୍ୟ ରହିଛି। ଚିନି ନ ଖାଇଲେ ଚର୍ମରେ ଉନ୍ନତି ଆସିଥାଏ।

Advertisment
  • ପ୍ରକ୍ରିୟାକୃତ ଖାଦ୍ୟ

ପ୍ରକ୍ରିୟାକୃତ ଖାଦ୍ୟ ଯେତେ ସ୍ୱାଦିଷ୍ଟ, ସେତେ ଅସ୍ୱାସ୍ଥ୍ୟକର। ଏଥିରେ ସୋଡିୟମର ପରିମାଣ ଅଧିକ ଥାଏ, ଏହା ସହିତ କୃତ୍ରିମ ସଂରକ୍ଷଣକାରୀ ଏବଂ ଅସ୍ୱାସ୍ଥ୍ୟକର ଚର୍ବିର ପରିମାଣ ମଧ୍ୟ ଅଧିକ। ଏହି କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ। 

  • ମଦ

ଅତ୍ୟଧିକ ମଦ୍ୟପାନ ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ। 

  • ଅଧିକ ଫ୍ରାଏଡ୍ ହୋଇଥିବା ଖାଦ୍ୟ

ଅତ୍ୟଧିକ ଫ୍ରାଏଡ୍ ହୋଇଥିବା ଖାଦ୍ୟରେ ଅଧିକ ପରିମାଣର ତେଲ ଥାଏ, ଯାହା ଖାଇବାକୁ ସ୍ୱାଦିଷ୍ଟ ଲାଗେ ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସବୁୁଠୁ ହାନିକାରକ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ପ୍ରଦାହ ସମସ୍ୟା ବଢିବାକୁ ଲାଗେ। ଏହା ସହିତ ଏହାର ପ୍ରତିରକ୍ଷା ପ୍ରଣାଳୀ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

  • କଫିନର ମାତ୍ରା ଅଧିକ

କଫିନ୍ ନିଦ ଦୂର କରିଥାଏ। ତେଣୁ ଆଜିକାଲି ସମସ୍ତେ ଏହାକୁ ଖାଇବା ଆରମ୍ଭ କରିଛନ୍ତି। କିନ୍ତୁ ଅଧିକ ପରିମାଣର କଫିନ୍ ଖାଇବା ଦ୍ୱାରା ଶୋଇବା ଚକ୍ର ନଷ୍ଟ ହୋଇଯାଏ। ଫଳରେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଏହି କାରଣରୁ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ଏସବୁ ଖାଦ୍ୟ ପ୍ରତି ସାବଧାନତା ଅବଲମ୍ୱନ କରିବା ଉଚିତ୍। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Health News Health Tips Immunity Immunity Boosting Foods Immunity Loosing Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe