Advertisment

ଗରମାଗରମ ରୋଟି ସହ ଖାଆନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଫଟାଫଟ ଘରେ ପ୍ରସ୍ତୁତ କରି ପାରିବେ ଏହି ଚଟପଟି ରେସିପି ।

Food

Food

Advertisment

ଆବଶ୍ୟକ ସାମଗ୍ରୀ : ଭୃସଙ୍ଗ ପତ୍ର, ଚିକେନ, ପିଆଜ, ଅଦା, ରସୁଣ, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡ, ଗୋଟା ଗରମ ମସଲା ଓ ରିଫାଇନ ତେଲ । 

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭୃସଙ୍ଗ ପତ୍ରକୁ ବାଟି ରଖନ୍ତୁ। ଏକ ପାତ୍ରରେ ଚିକେନ, ପିଆଜବଟା, ଅଦା ରସୁଣ ବଟା, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ଗ୍ୟାସ ଲଗାଇ କରେଇ ବସାନ୍ତୁ। କରେଇ ଗରମ ହେବା ପରେ ସେଥିରେ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ କିଛି ଫୁଟଣ ପକାଇ କଟା ପିଆଜ ପକାନ୍ତୁ। କଟା ପିଆଜ ଗୋଲଡେନ ଫ୍ରାଏ ହୋଇ ଯିବା ପରେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନ ପକାଇ ଦିଅନ୍ତୁ ।

ଏହାପରେ ଗ୍ୟାସ୍‌ ଚୁଲାକୁ ସିମ୍‌ କରି କରେଇକୁ ଘୋଡ଼ାଇ ଦିଅନ୍ତୁ। ସେଥିରେ କିଛି କଞ୍ଚାଲଙ୍କା ବି ପକାଇ ପାରିବେ। ଚିକେନ ସିଝି ଆସିବା ପରେ ସେଥିରେ ଭୃସଙ୍ଗପତ୍ର ବଟାକୁ ପକାଇ ଗୋଳାଇ ଦିଅନ୍ତୁ। ୨ରୁ ୩ ମିନିଟି ପରେ ପ୍ରସ୍ତୁତ ହୋଇଯିବ ଭୃସଙ୍ଗ ପତ୍ର ବଟା ଚିକେନ । ସେଥିରୁ ସବୁ ପାଣି ମାରି ଦିଅନ୍ତୁ ।ଏବେ ସେଥିରେ ଚଟପଟା ସ୍ୱାଦ ଆଣିବାକୁ କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଆପଣ ଏହାକୁ ଗରମାଗରମ ରୋଟି କିମ୍ବା ନାନ୍‌ ସହ ପରଷନ୍ତୁ। ଏହା ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ ।

Advertisment
Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe