Advertisment

ଫେବୃଆରୀ ୧୮ରୁ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା, ୨୮ ବର୍ଷ ପରେ ଭାରତ କରୁଛି ଆୟୋଜନ

ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା।

author-image
Debibandita Barick
Representative Image

Representative Image

ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା।

Advertisment

ମିସ୍ ୱାର୍ଲ୍ଡର ଅଫିସିଆଲ୍ ପେଜ୍ Xରେ ଏନେଇ ସୂଚନା ଦିଆଯାଇଛି। ମିସ୍ ୱାର୍ଲ୍ଡର ଅଧ୍ୟକ୍ଷା ଜୁଲିଆ ମୋର୍ଲି ସିବିଇ ଏକ ପୋଷ୍ଟରେ କହିଛନ୍ତି, "ଆମେ ଗର୍ବର ସହ ଘୋଷଣା କରୁଛୁ ଯେ, ଏଥର ମିସ୍ ୱାର୍ଲ୍ଡ ଭାରତ ଆୟୋଜିତ କରୁଛି। ଭାରତ ଆୟୋଜକ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ। ସୌନ୍ଦର୍ଯ୍ୟ, ବିବିଧତା ଏବଂ ସଶକ୍ତିକରଣର ଏକ ଉତ୍ସବ ଅପେକ୍ଷା କରିଛି। ଏକ ଚମତ୍କାର ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ! #ମିସୱାର୍ଲ୍ଡଇଣ୍ଡିଆ #ବିଉଟିୱିଥପରପୋଜ୍।"

ଫେବୃଆରୀ ୧୮ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିପାଇଁ ଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରକୁ ଚୟନ କରାଯାଇଛି। ଫେବୃଆରୀ ୨୦ରେ 'ଉଦଘାଟନୀ ସମାରୋହ' ଏବଂ 'ଇଣ୍ଡିଆ ୱେଲକମ୍ ଦ ୱାର୍ଲ୍ଡ ଗାଲା' ନୂଆଦିଲ୍ଲୀର ହୋଟେଲ ଅଶୋକଠାରେ ଅନୁଷ୍ଠିତ ହେବ।

Advertisment

ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଆଇଟିଡିସି) ଏହାକୁ ଆୟୋଜିତ କରିବ। ବିଭିନ୍ନ ପର୍ଯ୍ୟାୟ ପରେ ଶେଷରେ ମାର୍ଚ୍ଚ 9ରେ ୭୧ତମ ମିସ୍ ୱାର୍ଲ୍ଡ ଗ୍ଲୋବାଲ୍ ଫାଇନାଲ୍ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ। 

୧୯୬୬ରେ ପ୍ରଥମ ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିଲା ଭାରତ। ରୀତା ଫାରିଆ ପାୱେଲ ପ୍ରଥମ ଭାରତୀୟ ମହିଳା ଭାବେ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ଏହାପରେ ୧୯୯୪ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ୧୯୯୭ରେ ଡାଏନା ହେଡେନ୍, ଯୁକ୍ତା ମୋଖେ ୧୯୯୯ରେ ଏବଂ ପ୍ରିୟଙ୍କା ଚୋପ୍ରା ଜୋନସ୍ ୨୦୦୦ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ଏହାର ୧୭ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ମାନୁଷୀ ଛିଲାର ମିସ୍ ୱାର୍ଲ୍ଡ ହୋଇଥିଲେ।

ପୋଲାଣ୍ଡର କାରୋଲିନା ବିଏଲାୱସ୍କା ଶେଷ ଥର ପାଇଁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ପୁଏର୍ଟୋ ରିକୋର ରାଜଧାନୀ ସାନ ଜୁଆଁରେ ୭୦ତମ ମିସ୍ ୱାର୍ଲ୍ଡ ଆୟୋଜିତ ହୋଇଥିଲା। ତେବେ ଏଥର କେଉଁ ଦେଶ ବିଜୟୀ ହେଉଛି ତା' ଉପରେ ସମସ୍ତଙ୍କ ନଜର।

Miss World 71st Miss World India Host Miss World