Advertisment

ସାବଧାନ ! ସବୁଠୁ ବିପଜ୍ଜନକ ଫୁସଫୁସ କର୍କଟ, ଜାଣନ୍ତୁ ରୋଗର ଲକ୍ଷଣ-ନିରାକରଣ

ବିଶ୍ୱରେ ଫୁସଫୁସ କର୍କଟ କାରଣରୁ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାର କାରଣ ଓ କିପରି ନାରାକରଣ କରିବେ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Lung Cancer

Lung Cancer

Advertisment

କର୍କଟ ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ। ଯଦିଓ ବର୍ତ୍ତମାନ ସମୟରେ ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ମଧ୍ୟ ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ମହିଳାଙ୍କ କ୍ଷେତ୍ରରେ ସ୍ତନ ଏବଂ ଓଭାରି କର୍କଟ ଏବଂ ପୁରୁଷମଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କର୍କଟ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ। କିନ୍ତୁ ନିକଟରେ ହୋଇଥିବା ଏକ ରିପୋର୍ଟ ଚିନ୍ତା ବଢାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଫୁସଫୁସ କର୍କଟ ବା ଲଙ୍ଗ୍ କ୍ୟାନସର ଏସବୁ କର୍କଟ ତୁଳନାରେ ଅଧିକ ବିପଜ୍ଜନକ ହୋଇପାରେ। ତେବେ କାହିଁକି ଏହା ବିପଜ୍ଜନକ ଏବଂ ଭାରତରେ କର୍କଟ ପରିସଂଖ୍ୟାନ କଣ ରହିଛି, ଜାଣନ୍ତୁ...

Advertisment

ଫୁସଫୁସ କର୍କଟ କାହିଁକି ବିପଜ୍ଜନକ?
ଫୁସଫୁସ କର୍କଟ ହେଉଛି ଆମେରିକାରେ ଚିହ୍ନଟ ହେଉଥିବା କ୍ୟାନସର ପ୍ରକାର ମଧ୍ୟରୁ ଦ୍ୱିତୀୟରେ ରହିଛି। 2020 ରେ, ଏହି ରୋଗ କାରଣରୁ ପ୍ରାୟ 1,35,720 ଲୋକ ପ୍ରାଣ ହରାଇଥିଲେ। ସ୍ତନ, କୋଲନ୍ ଏବଂ ପ୍ରୋଷ୍ଟେଟ୍ କର୍କଟ କାରଣରୁ ମୃତ୍ୟୁ ଅପେକ୍ଷା ଏହି ସଂଖ୍ୟା ଅଧିକ। ଫୁସଫୁସ କର୍କଟ ମଧ୍ୟ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି, ଯାହା ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଡାକ୍ତରଙ୍କ ଆକଳନ ଅନୁଯାୟୀ, 2023 ମସିହାରେ ଏହି କର୍କଟ 2.38 ଲକ୍ଷରୁ ଅଧିକ ଲୋକଙ୍କଠାରେ ଦେଖାଯାଇପାରେ। ଫୁସଫୁସ କର୍କଟ ବୃଦ୍ଧି ନହେବା ପାଇଁ କେତେକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। କଣ ସେହିସବୁ ନିର୍ଦ୍ଦେଶାବଳୀ, ଜାଣନ୍ତୁ...

ଭାରତରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢୁଛି
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR)ର ଅନୁସନ୍ଧାନକାରୀଙ୍କ ଅଧ୍ୟୟନ ଅନୁଯାୟୀ, 2025 ସୁଦ୍ଧା ଭାରତରେ ଫୁସଫୁସ କର୍କଟ ରୋଗ ଗତ 10 ବର୍ଷ ତୁଳନାରେ 7 ଗୁଣ ବୃଦ୍ଧି ପାଇପାରେ। ଜନସଂଖ୍ୟା ସ୍ତରର ସ୍କ୍ରିନିଂ ଉପକରଣର ଅଭାବକୁ ନେଇ ଉଦବେଗ ପ୍ରକାଶ କରି ବୈଜ୍ଞାନିକମାନେ କହିଛନ୍ତି ଯେ, ଯଦି ଏହାର ଉନ୍ନତି ନହୁଏ ତେବେ ମୃତ୍ୟୁ ସଂଖ୍ୟା ହ୍ରାସ କରିବା କଷ୍ଟକର ହୋଇପାରେ। କାରଣ ଫୁସଫୁସ କର୍କଟ ରୋଗୀଙ୍କ ମଧ୍ୟରୁ 45% ରୋଗୀଙ୍କର କର୍କଟ ଶରୀରର ଅନ୍ୟ ଅଂଶକୁ ମାଡିଯିବା ପରେ ଯାଇ ଚିହ୍ନଟ ହୁଏ। ଭାରତରେ ଏହା ସାଧାରଣତ 50 ବର୍ଷରେ ଚିହ୍ନଟ ହୁଏ, ଯାହା ଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ହୋଇଯାଇଥାଏ।

Advertisment

ଫୁସଫୁସ କର୍କଟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ
ପରୀକ୍ଷା ଏବଂ ଅନ୍ୟାନ୍ୟ ସୂଚନାକୁ ଆଧାର କରି ଯୁକ୍ତରାଷ୍ଟ୍ରର ପ୍ରତିଷେଧକ ସେବା ଟାସ୍କ ଫୋର୍ସ (USPSTF) ଫୁସଫୁସ କର୍କଟର ସ୍କ୍ରିନିଂ ସମ୍ବନ୍ଧରେ ଏକ ଗାଇଡଲାଇନ ଜାରି କରିଛି। ଏଥିରେ, ପ୍ରତିବର୍ଷ ଅତି କମରେ 20 ପ୍ୟାକ୍ ଧୂମପାନକାରୀ ସହିତ 50-80 ବର୍ଷ ବୟସର ଲୋକଙ୍କଠାରେ କର୍କଟ ସ୍କ୍ରିନିଂ ବୃଦ୍ଧି ଉପରେ ଧ୍ୟାନ ଦେବାକୁ କୁହାଯାଇଛି। USPSTF ଦ୍ୱାରା ହୋଇଥିବା ଏକ ଆକଳନ ଅନୁଯାୟୀ, ଯଦି ନୂତନ ଗାଇଡଲାଇନକୁ ସଠିକ୍ ଭାବେ ପାଳନ କରାଯାଏ, ତେବେ ଫୁସଫୁସ କର୍କଟ କାରଣରୁ ମୃତ୍ୟୁ 13% ରୁ କମ ହୋଇପାରେ।

ଫୁସଫୁସ କର୍କଟର ମୁଖ୍ୟ କାରଣ
ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଅନୁଯାୟୀ, ଫୁସଫୁସ କର୍କଟର ମୁଖ୍ୟ କାରଣ ହେଉଛି ଧୂମପାନ। ବୈଜ୍ଞାନିକଙ୍କ ଅନୁଯାୟୀ, ଫୁସଫୁସ କର୍କଟ କାରଣରୁ ପ୍ରାୟ 80% ରୁ 90% ମୃତ୍ୟୁ କେବଳ ସିଗାରେଟ ଟାଣିବା କାରଣରୁ ହୋଇଥାଏ। ତେଣୁ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହି ଅଭ୍ୟାସରୁ ତୁରନ୍ତୁ ଦୂରେଇ ରହିବା ଉଚିତ୍। 

Health Tips Lung Cancer Lung Cancer Symptoms
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe