Advertisment

ଗରମାଗରମ ଭାତ ସହ ଖାଆନ୍ତୁ ପୋଇ ଚିଙ୍ଗୁଡ଼ି ରସା

ଏହି ରେସିପିଟିକୁ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

ଅଦ୍ୟତନ ହୋଇଛି
poi chingudi rasa

poi chingudi rasa

Advertisment

ଆବଶ୍ୟକ ସାମଗ୍ରୀ: ଚଙ୍ଗୁଡ଼ି, ପୋଇପତ୍ର, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆ ପତ୍ର, କଞ୍ଚା ଲଙ୍କା, ଜିରା, ଧନିଆ, ନଡ଼ିଆ ରସ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆପତ୍ର, ଲଙ୍କା, ଜିରା ଓ ଧନିଆକୁ ବାଟି ଦିଅନ୍ତୁ। ବର୍ତ୍ତମାନ ଏକ ମାଟି ପଲମରେ ତେଲ ଗରମ କରି କଟା ପୋଇ ପତ୍ରକୁ ଅଳ୍ପ ଭାଜି ଦିଅନ୍ତୁ। ସେଗୁଡ଼ିକୁ କାଢ଼ି ଦେଇ ସେହି ପଲମରେ ପୁଣି ଥରେ ତେଲ ଗରମ କରି ପ୍ରସ୍ତୁତ କରିଥିବା ବଟା ମସଲାକୁ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ଅଳ୍ପ ଲୁଣ ଓ ଚିଙ୍ଗୁଡ଼ି ପକେଇ ଭଲ ଭାବେ ଗୋଳେଇ ଘୋଡ଼ଣି ଦେଇ ଦିଅନ୍ତୁ।

ଦୁଇ ତିନି ମିନିଟ୍ ପରେ ଘୋଡ଼ଣି କାଢ଼ି ଭଜା ପୋଇପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ  ନଡ଼ିଆ ରସ, ସ୍ୱାଦ ଅନୁସାରେ ଲୁଣ ଓ କଟା କଞ୍ଚା ଲଙ୍କା ପକେଇ ଘୋଡ଼ାଇ ଦିଅନ୍ତୁ। ତିନି ଚାରି ମିନିଟ୍ ପରେ ଘୋଡ଼ଣି ବାହାର କରି ସେଥିରେ ଗରମ ମସଲା ପକାନ୍ତୁ ଓ ପଲମକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପୋଇ ଚିଙ୍ଗୁଡ଼ି ରସା’। ଏହି ରେସିପିଟିକୁ ଗରମା ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe