Advertisment

ମାଂସ ପାଇଁ ପ୍ରତି ବର୍ଷ ମଣିଷ କରୁଛି ୧୦ ହଜାର କୋଟି ଜୀବହତ୍ୟା!

ପୃଥିବୀବାସୀଙ୍କ ମାଂସ ଚାହିଦା ମେଣ୍ଟାଇବା ପାଇଁ ପ୍ରତିବର୍ଷ ୧୦,୦୦୦ କୋଟି ଜୀବ ହତ୍ୟା ହେଉଛି। ବିଭିନ୍ନ ମାଂସ ମଧ୍ୟରୁ ସବୁଠୁ ଅଧିକା କୁକୁଡ଼ା ମାଂସ ଖାଉଛନ୍ତି ବିଶ୍ୱବାସୀ।

author-image
Debibandita Barick
ଅଦ୍ୟତନ ହୋଇଛି
Meat Shop

Meat Shop

ସାତ୍ତ୍ୱିକ ଆହାର ଏବଂ ତାମସିକ ଆହାରକୁ ନେଇ ସର୍ବଦା ଏକ ବିତର୍କ ହୁଏ। କେଉଁ ଆହାର ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ଆହାର ପରିବେଶ ଅନୁକୂଳ ଏହି ଚର୍ଚ୍ଚା ମଧ୍ୟରେ ସମଗ୍ର ବିଶ୍ୱବାସୀ ନିଜ ନିଜ ପସନ୍ଦର ଖାଦ୍ୟ ଖାଆନ୍ତି। ଏସବୁ ମଧ୍ୟରେ ଏକ ସୋଶାଲ ମିଡିଆ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁ ଭିଡିଓରେ ଦର୍ଶାଯାଇଛି ଯେ ବିଶ୍ୱବାସୀ ପ୍ରତି ବର୍ଷ କୋଟି କୋଟି ଜୀବଙ୍କ ହତ୍ୟା କରି ମାଂସ ଭକ୍ଷଣ କରୁଛନ୍ତି।

Advertisment

ଭାଇରାଲ ଭିଡିଓ ଅନୁସାରେ, ପୃଥିବୀବାସୀଙ୍କ ମାଂସ ଚାହିଦା ମେଣ୍ଟାଇବା ପାଇଁ ପ୍ରତିବର୍ଷ ୧୦,୦୦୦ କୋଟି ଜୀବ ହତ୍ୟା ହେଉଛି। ବିଭିନ୍ନ ମାଂସ ମଧ୍ୟରୁ ସବୁଠୁ ଅଧିକା କୁକୁଡ଼ା ମାଂସ ଖାଉଛନ୍ତି ବିଶ୍ୱବାସୀ। ଆଉ ଏଥିପାଇଁ ପ୍ରତିଦିନ ୨୦ କୋଟି ୫୦ ଲକ୍ଷ କୁକୁଡ଼ାଙ୍କୁ ବଳିଦାନ ଦେବାକୁ ପଡୁଛି। ପରିସଂଖ୍ୟାନ ଉପରେ ଯଦି ନଜର ପକାଇବା ତେବେ ପ୍ରତି ଏକ ମିନିଟରେ ୧ ଲକ୍ଷ ୪୦ ହଜାର କୁକୁଡ଼ାଙ୍କୁ ବଦ୍ଧ କରାଯାଉଛି।

Advertisment

ଅନ୍ୟାନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ସାର୍ଡିନ୍ ପ୍ରଜାତିର ମାଛ ବର୍ଷକୁ ୧୪୦୦ କୋଟି ଖିଆଯାଉଥିବା ବେଳେ, ଚିଙ୍ଗୁଡ଼ି (ପ୍ରତିବର୍ଷ ୩୦୦ କୋଟି), ବତକ (୨୯୦ କୋଟି) ଏବଂ ଗୁଜ୍ ପକ୍ଷୀ (୨୧୦ କୋଟି)ଙ୍କ ହତ୍ୟା କରାଯାଉଛି।

ଆଶ୍ଚର୍ଯ୍ୟର କଥା, ପ୍ରତିବର୍ଷ ଦୁଇ ଶହ କୋଟି ଅକ୍ଟୋପସ୍ ଏବଂ ୧୦ କୋଟି ସାର୍କ ଭୋଜନ କରୁଛନ୍ତି ବିଶ୍ୱବାସୀ। ସେହିପରି ପ୍ରାୟ ୧୫୦ କୋଟି ଘୁଷୁରିଙ୍କୁ ହତ୍ୟା କରାଯାଇଛି - ଯାହା ଗତ ୫୦ ବର୍ଷ ମଧ୍ୟରେ ତିନି ଗୁଣ ବୃଦ୍ଧି ପାଇଛି।

ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ (WEF) ଏହାର ରିପୋର୍ଟ ଅନୁସାରେ, ଚୀନରେ ସର୍ବାଧିକ ଘୁଷୁରି ସେବନ କରାଯାଉଛି। ଅର୍ଥନୀତିର ଅଭିବୃଦ୍ଧି କାରଣରୁ ଘୁଷୁରି ମାଂସ ବିଶ୍ୱର ସବୁଠାରୁ ବଡ଼ ମାଂସ ବିକ୍ରୟ ହୋଇପାରିଛି।

ଅପରପକ୍ଷେ, WEF କହିଛି, ୟୁରୋପ ଏବଂ ଉତ୍ତର ଆମେରିକାରେ ମାଂସ ସେବନ ହାର ସ୍ଥିର ରହିଛି, ଏପରିକି କେତେକ ଅଞ୍ଚଚଳରେ ମଧ୍ୟ ହ୍ରାସ ପାଇଛି। ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନଠୁ ଆଗେଇ ଯାଇଥିଲେ ମଧ୍ୟ ବିଶ୍ୱ ପରିସଂଖ୍ୟାନ ହିସାବରେ ଭାରତରେ ସ୍ୱଳ୍ପ ସଂଖ୍ୟକ ଲୋକ ମାଂସ ଖାଉଛନ୍ତି। 

ସେହିପରି ରିପୋର୍ଟ ଅନୁସାରେ, ସବୁଠାରୁ ଲୋକପ୍ରିୟ ଲାଲ ମାଂସ, ଗୋମାଂସ ସମଗ୍ର ବିଶ୍ୱରେ ୫୦ ବର୍ଷ ମଧ୍ୟରେ ପ୍ରାୟ ୨୨%କୁ ବୃଦ୍ଧି ପାଇଛି। ତଥାପି ମେଣ୍ଢାଠାରୁ ଗୋମାଂସର ଚାହିଦା କ୍ରମାଗତ ପଞ୍ଚମଥର ପାଇଁ ବୃଦ୍ଧି ପାଇଛି। 

Meat Consumption Non-vegetarian Meat Eaters