Advertisment

ଅନୁସନ୍ଧାନ: ଭଲ କୋଲେଷ୍ଟେରୋଲ ବି ସ୍ୱାସ୍ଥ୍ୟ ହାନିକାରକ!

କେବଳ ଏଲଡିଏଲ୍ ନୁହେଁ ଏଚଡିଏଲ ବି ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇପାରେ। ଶରୀରରେ ଗୁଡ୍ କୋଲେଷ୍ଟେରୋଲର ବୃଦ୍ଧି ହୃଦଘାତ ଆଣିପାରେ।

ଅଦ୍ୟତନ ହୋଇଛି
Cholesterol Test

Cholesterol Test

Advertisment

ମାନବ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟେରୋଲ୍ ଦେଖାଯାଏ। ଗୋଟିଏ ହେଉଛି ହାଇ-ଡେନସିଟି ଲିପୋପ୍ରୋଟିନ(ଏଚଡିଏଲ), ଯାହାକୁ ଭଲ କୋଲେଷ୍ଟେରୋଲ୍ ଏବଂ ଅନ୍ୟଟି ଲୋ-ଡେନସିଟି ଲିପୋପ୍ରୋଟିନ୍(ଏଲଡିଏଲ), ଯାହାକୁ ଖରାପ କୋଲେଷ୍ଟେରୋଲ୍ ବୋଲି କୁହାଯାଏ। ଏକ ସାଧାରଣ ଧାରଣା ରହିଛି ଯେ, ଏଚଡିଏଲ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିବା ବେଳେ ଏଲଡିଏଲ୍ ଅପକାରୀ। ହେଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶରୀରରେ ଏଲଡିଏଲର ମାତ୍ରା ବୃଦ୍ଧି ମଧ୍ୟ ସ୍ୱାସ୍ଥ୍ୟକୁ ବିପଦରେ ପକାଇପାରେ।

Advertisment

ଏକ ଅନୁସନ୍ଧାନ ଏହାର ଖୁଲାସା କରିଛି। ଅନୁସନ୍ଧାନ ଅନୁସାରେ, ଏଲଡିଏଲ୍ ବୃଦ୍ଧି ହୃଦୟ ପାଇଁ ବିପଜ୍ଜନକ ହୋଇପାରେ। ଚାଇନାରେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯଦି ଶରୀରରେ ହାଇ ଡେନସିଟି ଲିପୋପ୍ରୋଟିନର ମାତ୍ରା ଅଧିକ ହୋଇଯାଏ, ତେବେ ହୃଦଘାତ ହେବାର ଆଶଙ୍କା ବଢ଼ିପାରେ। ଯଦି ଶରୀରରେ ଏଚଡିଏଲ ମାତ୍ରା ବୃଦ୍ଧି ହୁଏ, ତେବେ କେବଳ ହୃଦଘାତ ନୁହେଁ ବରଂ ଜୀବନ ପାଇଁ ମଧ୍ୟ ବିପଜ୍ଜନକ ହୋଇପାରେ ବୋଲି ଦର୍ଶାଯାଇଛି। ଏହି ଅନୁସନ୍ଧାନର ଫଳାଫଳ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି। 

ଚାଇନାରେ ୩୫ରୁ ୭୫ ବର୍ଷ ବୟସର ୩ କୋଟିରୁ ଅଧିକ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାଗଲା ଯେ, ଯେଉଁମାନଙ୍କର ଏଚଡିଏଲର ଉଚ୍ଚ ସ୍ତର ଥିଲା, ସେହି ଲୋକଙ୍କର ଇସକେମିକ୍ ହାର୍ଟ ଡିଜିଜ୍, ଇସକେମିକ୍ ଷ୍ଟ୍ରୋକ ଏବଂ ଲିଭର୍ କ୍ୟାନସରର ଆଶଙ୍କା ରହିଛି। ଅଧ୍ୟୟନରେ କୁହାଯାଇଛି ଯେ, ଯଦି କୌଣସି ରୋଗୀର ଶରୀରରେ କୋଲେଷ୍ଟେରୋଲ ସ୍ତର ଅଧିକ ଥାଏ, ତେବେ ତାଙ୍କ ଶରୀରରେ ବଢୁଥିବା କୋଲେଷ୍ଟେରୋଲ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଉଭୟ ପ୍ରକାରର କୋଲେଷ୍ଟେରୋଲର ଅସନ୍ତୁଳନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଅଧ୍ୟୟନରେ ଦର୍ଶାଯାଇଛି।

Advertisment

ଜଣେ ବ୍ୟକ୍ତିଙ୍କ ଶରୀରରେ କେତେ ଏଚଡିଏଲ ରହିବା ଉଚିତ୍ 
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶରୀରରେ ଏଚଡିଏଲ କୋଲେଷ୍ଟେରୋଲ ପାଇଁ ହାରାହାରି ସୀମା ନିର୍ଦ୍ଧାରଣ କରିଛନ୍ତି। ଏହା ଅନୁଯାୟୀ, ପୁରୁଷମାନଙ୍କର ଏଚଡିଏଲ ସ୍ତର ୩୫ରୁ ୬୫ ମିଗ୍ରା / ଡିଏଲ ରହିବା ଠିକ୍। ସେହିପରି ମହିଳାମାନଙ୍କ ଶରୀରରେ ଏହି ସ୍ତର ୩୫ରୁ ୮୦ ମିଲିଗ୍ରାମ ହେବା ଉଚିତ୍। ଅନ୍ୟପଟେ, ଏଲଡିଏଲ ଯଥା କମ୍ ସାନ୍ଦ୍ରତା ଲିପୋପ୍ରୋଟିନ୍ କୋଲେଷ୍ଟେରୋଲ୍ ଯେକୌଣସି ବୟସ୍କଙ୍କ ଶରୀରରେ ୧୦୦ରୁ ୧୨୯ ମିଗ୍ରା ମଧ୍ୟରେ ରହିବା ଆବଶ୍ୟକ। 

Health News Health Tips Cholesterol HDL LDL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe