Advertisment

ଘରେ ରଖନ୍ତୁ ମୟୂର ପୁଚ୍ଛ, ବଦଳି ଯିବ ଭାଗ୍ୟ

ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଶୋଭାପାଇଥାଏ।ଏଥିପାଇଁ ଘରେ ମୟୂରପୁଚ୍ଛ ରଖିଲେ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ।

ଅଦ୍ୟତନ ହୋଇଛି
peacock feathers

peacock feathers

Advertisment

ପ୍ରତିଟି ମଣିଷ ନିଜ ଘରେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ। ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନ୍‌ରେ ରହିଥାଏ। ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ବାସ୍ତୁବିତ୍ ମତାମତ ଦେଇଥାନ୍ତି। ଏହାର ନିରାକରଣ ପାଇଁ ମଧ୍ୟ ଉପାୟ ଦେଇଥାନ୍ତି। ଯାହା କରିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଘରେ ଯଦି ମୟୂର ପୁଚ୍ଛ ରଖିବେ ତାହାହେଲେ ଘରେ ଥିବା ବାସ୍ତୁଦୋଷ ଦୂର ହେବା ସହ ଶୁଭ ଫଳ ମିଳିଥାଏ ବୋଲି ବାସ୍ତୁବିତ୍‌ ମାନେ ମତାମତ ଦେଇଛନ୍ତି। ଏପରିକି ମୟୂର ପୁଚ୍ଛ ସହ ଧନର ଦେବୀ ମା' ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ।

Advertisment

ଏବେ ଆସନ୍ତୁ ଜାଣିବା, ଘରେ ମୟୂର ପୁଚ୍ଛ ରଖିଲେ କ'ଣ ଲାଭ ହୋଇଥାଏ।

. ଘରେ ମୟୂର ପୁଚ୍ଛ ରଖିଲେ ଶୁଭ ଫଳ ମିଳିଥାଏ। ଏହାସହ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

. ଘରେ ମୟୂର ପୁଚ୍ଛ ପୂର୍ବ ଦିଗରେ ରଖିଲେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

. ଘରେ ମୟୂର ପୁଚ୍ଛ ଉତ୍ତର –ପଶ୍ଚିମ ଦିଗରେ ରଖିଲେ ଘର ଅଭାବ ଅନାଟନ ଦୂର ହୋଇଥାଏ। ଏହାସହ ଧନବୃଦ୍ଧିରେ ସହାୟକ ହୋଇଥାଏ।

Advertisment

.ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଶୋଭାପାଇଥାଏ। ଏଥିପାଇଁ ଘରେ ମୟୂରପୁଚ୍ଛ ରଖିଲେ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe