Advertisment

ବିନା କ୍ରିମ୍‌ରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମ୍ୟାଙ୍ଗୋ ଆଇସକ୍ରିମ୍‌

ଖରା ଦିନେ ଘରେ କମ୍‌ ଖର୍ଚ୍ଚରେ ପ୍ରସ୍ତୁତ କରନ୍ତୁ ଏହି ସୁଆଦିଆ ଆଇସକ୍ରିମ୍‌। ପିଲାଠୁ ବୁଢ଼ା ସମସ୍ତେ ଏହାର ଦିୱାନା ପାଲଟିଯିବେ।

ଅଦ୍ୟତନ ହୋଇଛି
Mango Ice Cream

Mango Ice Cream

Advertisment

ଆବଶ୍ୟକ ସାମଗ୍ରୀ: କ୍ଷୀର -୨ କପ୍‌, ଚିନି-୧ କପ୍‌, ମିଲ୍କ ପାଉଡର- ଅଧା କପ୍‌, କର୍ଣ୍ଣଫ୍ଲୋର- ୧ ଚାମଚ୍‌, ବଡ଼ ଆମ୍ବ-୨ଟି

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କ୍ଷୀର ଦୁଇ କପ୍‌ ପକାନ୍ତୁ। ଏହାପରେ ସେଥିରେ ଚିନି ଗୋଟିଏ କପ୍‌, ମିଲ୍କ ପାଉଡର ଅଧା କପ୍‌, କର୍ଣ୍ଣଫ୍ଲୋର ୧ ଚାମଚ୍‌ ପକାଇ ଘାଣ୍ଟନ୍ତୁ । ଏହାକୁ ଗ୍ୟାସ୍‌ରେ ବସାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଗ୍ୟାସ୍‌କୁ ସିମ୍‌ କରିଦେଇ ମିଶ୍ରଣକୁ ଅଧା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଅଧା ହୋଇଗଲେ ଗ୍ୟାସ୍‌ ବନ୍ଦ କରି ତାହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।

ଏହା ମଧ୍ୟରେ ଆମ୍ବର ରସ ବାହାର କରି ତାହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ସେଥିରେ ଉକ୍ତ ମିଶ୍ରଣକୁ ପକାଇ ଆଉ ଥରେ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ତାହାକୁ ଏକ ପାତ୍ରରେ ବାହାର କରି ସେଟ୍‌ କରି ଦିଅନ୍ତୁ। ତା’ ଉପରେ ଛୋଟ ଛୋଟ ଆମ୍ବ ଖଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ଫ୍ରିଜରରେ ରଖି ଦିଅନ୍ତୁ।

Advertisment

ପ୍ରାୟ ୪ ଘଣ୍ଟା ପରେ ବାହାର କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ ମ୍ୟାଙ୍ଗୋ ଆଇସକ୍ରିମ୍‌। ଏହା ଖୁବ୍‌ କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ବେଳେ ଖାଇବାକୁ ବି ସୁଆଦିଆ।

Indian Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe