Advertisment

ଗରମରୁ ନିସ୍ତାର ଦେବ ଆଲମଣ୍ଡ ଡ୍ରିଙ୍କ୍ସ, ଜାଣି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ

ପ୍ରାୟ ଘଣ୍ଟାଏ ପରେ ଏହି ସେକ୍‌କୁ ବାହାର କରି କାଚ ଗ୍ଲାସରେ ପରଷି ଘରୁ ଆସିଥିବା ଅତିଥିଙ୍କୁ ପିଇବାକୁ ଦିଅନ୍ତୁ। ନିଜ ଇଚ୍ଛା ଅନୁସାରେ ଡ୍ରାଏ ଫ୍ରୁଟ୍ସ ଦେଇ ତାହାକୁ ସଜାଇ ଦିଅନ୍ତୁ ।

author-image
Niharika Rout
Almond shake

Almond shake

ଆବଶ୍ୟକ ସାମଗ୍ରୀ: କ୍ଷୀର, ଆଲମଣ୍ଡ, କଷ୍ଟାର୍ଡ ପାଉଡର, ଚିନି, ଗୁଜରାତି ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ସାଥିରେ କ୍ଷୀର ଢାଳନ୍ତୁ। ଏହା ଫୁଟିଗଲେ ସିମ୍‌ କରି ଏହାକୁ ବହଳିଆ ହେବାକୁ ଛାଡ଼ି ଦିଅନ୍ତୁ। ଏହାପରେ ପୂର୍ବ ରାତିରୁ ଭିଜାଇଥିବା ଆଲମଣ୍ଡକୁ କିଛି କ୍ଷୀର ଦେଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରନ୍ତୁ । ଅନ୍ୟ ଏକ ପାତ୍ରରେ ୨ ଚାମଚ କଷ୍ଟାର୍ଡ ପାଉଡର ନେଇ ତାହାକୁ କିଛି କ୍ଷୀର ପକାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

Advertisment

ଏହାପରେ ଫୁଟୁଥିବା କ୍ଷୀର ପାତ୍ରରେ ଆଲମଣ୍ଡ ଘୋଳ ପକାନ୍ତୁ। ଏହା କିଛି ସମୟ ଫୁଟିବା ପରେ ସେଥିରେ କଷ୍ଟାର୍ଡ ପାଉଡର ଘୋଳ ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ପକାନ୍ତୁ। ଏହା ବହଳ ହୋଇଗଲା ପରେ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ କିଛି ଗୁଜରାତି ଗୁଣ୍ଡ ପକାଇ ଦିଅନ୍ତୁ।

ଏହି ଘୋଳ ଥଣ୍ଡା ହେବ ପରେ ଏକ ପାତ୍ରରେ ବାହାର କରି ଫ୍ରିଜରରେ ରଖି ଦିଅନ୍ତୁ। ପ୍ରାୟ ଘଣ୍ଟାଏ ପରେ ଏହି ସେକ୍‌କୁ ବାହାର କରି କାଚ ଗ୍ଲାସରେ ପରଷି ଘରୁ ଆସିଥିବା ଅତିଥିଙ୍କୁ ପିଇବାକୁ ଦିଅନ୍ତୁ। ନିଜ ଇଚ୍ଛା ଅନୁସାରେ ଡ୍ରାଏ ଫ୍ରୁଟ୍ସ ଦେଇ ତାହାକୁ ସଜାଇ ଦିଅନ୍ତୁ ।

Advertisment
Indian Food Healthy Food