Advertisment

‘ଚିକେନ ଭୁନା ମସାଲା’

ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’। ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
chicken bhuna masala

chicken bhuna masala

ଆବଶ୍ୟକ ସାମଗ୍ରୀ: ଚିକେନ, ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି, ପିଆଜ, ଅଦା,ରସୁଣ, ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଧନିଆ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି ଓ ଅଦାରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରନ୍ତୁ। ସେଥିରେ କିଛି କଟା ପିଆଜକୁ ପକାଇ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। 

ଏହାପରେ କରେଇକୁ ଗରମ କରନ୍ତୁ। ସେଥିରେ ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ ଓ  ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମ୍ୟାରିନେଟ କରି ରଖିଥିବା ଚିକେନକୁ ପକାଇ ଫ୍ରାଏ କରନ୍ତୁ। ଉଭୟ ପଟ ଗୋଲଡେନ କଲର ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

Advertisment

ପୁଣି କରେଇରେ ତେଲ ଗରମ କରନ୍ତୁ। ସେଥିରେ ତେଜପତ୍ର, ଗୋଲମରିଚ ପକାଇ ଭାଜନ୍ତୁ। ପରେ କଟା ପିଆଜକୁ ପକାଇ ଗୋଲଡେନ ହେଲା ଯାଏ ଫ୍ରାଏ କରନ୍ତୁ। ଏହାପରେ ସେଥିରେ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏକୁ ପକାନ୍ତୁ। ତାକୁ ୧୦ ମିନିଟ ପର୍ଯ୍ୟନ୍ତ ଘଡ଼ାଇ ଦିଅନ୍ତୁ। ଏହା ଅଧା ସିଝିଗଲା ପରେ ସେଥିରେ ଦହି ପକାଇ ଦିଅନ୍ତୁ। ଏହାପରେ ତାହା ଉପରେ ଗ୍ରାଇଣ୍ଡିଂ ହୋଇଥିବା ଡ୍ରାଏ ମସଲାକୁ ପକାଇ ଦିଅନ୍ତୁ ।  ସେଥିରେ ଧନିଆପତ୍ର ପକାଇ  ଗ୍ୟାସକୁ  ବନ୍ଦ କରି ଦିଅନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇପାରିବେ।

Orissa Food