Advertisment

ଘରେ ତିଆରି କରନ୍ତୁ ଚିଙ୍ଗୁଡି ସୁରୁଆ

ଚିଙ୍ଗୁଡି ସୁରୁଆକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
chingudi suruaa

chingudi suruaa

ଆବଶ୍ୟକ ସାମଗ୍ରୀ: କଟା ପିଆଜ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ,ଗରମ ମସଲା  ଗୁଣ୍ଡ, ଧନିଆପତ୍ର, କଞ୍ଚା ଲଙ୍କା,ନଡ଼ିଆ

Advertisment

 ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ  ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ  ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ନାଲି ହୋଇଯିବା ପରେ ସେଥିରେ ନଡିଆ ରସକୁ ପକାଇ ଦିଅନ୍ତୁ। ତା’ ପରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।

ଏହାପରେ ଭଜା ଚିଙ୍ଗୁଡିକୁ ସେଥିରେ ପକାଇ ଦିଅନ୍ତୁ।  ସେଥିରେ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ତରକାରିକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତି। ତରକାରିରୁ ପାଣି କମି ଆସିଲେ ସେଥିରେ ଧନିଆ ପତ୍ର, ଅଳ୍ପ ଗରମ ମସଲା  ଓ  କଞ୍ଚା ଲଙ୍କା ପକାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ସରୁଆ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। 

Advertisment
Orissa Food