Advertisment

ଘରେ ପରିବା ନ ଥିଲେ ପ୍ରସ୍ତୁତ କରନ୍ତୁ ‘ଦହି ପିଆଜ’, ଭାରି ସୁଆଦିଆ

ଘରେ କିଛି ପରିବା ନ ଥିଲେ ବି ଚିନ୍ତା କରନ୍ତୁ ନାହିଁ। ଥରେ ଏହି ସୁଆଦିଆ ରେସିପି ଟ୍ରାଏ କରନ୍ତୁ। ଭାତ ତଥା ରୁଟି ସଙ୍ଗେ ଏହା ଖାଇବାକୁ ଖୁବ୍‌ ସୁଆଦିଆ।

author-image
Niharika Rout
Dahi Pyaz ki sabji

Dahi Pyaz ki sabji

ଆବଶ୍ୟକ ସାମଗ୍ରୀ: ପିଆଜ, ଦହି, ରିଫାଇନ ତେଲ, ହେଙ୍ଗୁ, ଜିରା, ସୋରିଷ, ଭୃସଙ୍ଗ ପତ୍ର,କଞ୍ଚା ଲଙ୍କା, କଶ୍ମୀର ଲଙ୍କା ଗୁଣ୍ଡ, ହଳଦି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ଓ ଧନିଆ ପତ୍ର ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପ୍ୟାନ୍‌ରେ କିଛି ତେଲ ପକାନ୍ତୁ। ସେଥିରେ ହେଙ୍ଗୁ, ଜିରା, ସୋରିଷ, ଭୃସଙ୍ଗ ପତ୍ର, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। ତାହା ସାମାନ୍ୟ ଭାଜି ହୋଇଯିବା ପରେ ପତଳା ପତଳା କଟା ହୋଇଥିବା ପିଆଜ ପକାନ୍ତୁ। ତାହା ହାଲକା ଭାଜି ହେବା ପରେ ସେଥିରେ କଶ୍ମୀର ଲଙ୍କା ଗୁଣ୍ଡ, ହଳଦି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ ପକାଇ ଗୋଳାନ୍ତୁ ।

ଏହା ଭଲ ଭାବେ ଭାଜି ହୋଇ ଯିବା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଏହା ମଧ୍ୟରେ ଏକ ପାତ୍ରରେ ଆବଶ୍ୟକ ମୁତାବକ ଦହି ନେଇ ତାହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ପିଆଜ ଭଲ ଭାବେ ଥଣ୍ଡା ହୋଇ ଗଲା ପରେ ସେଥରେ ଦହି ପକାଇ ଭଲ ଭାବେ ଘାଣ୍ଟନ୍ତୁ।

Advertisment

ଏହାପରେ ଗ୍ୟାସ୍‌ ଅନ୍‌ କରି ସିମ୍‌ କରି ଦେଇ ଏହାକୁ ଫୁଟିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ ତାହା ଉପରେ ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଦହି ପିଆଜ । ଏହାକୁ ଭାତ, ରୁଟି, ନାନ ସହ ଖାଇ ପାରିବେ।

Indian Food Recipe