ପ୍ରଥମେ ବ୍ରେଡର ଚାରି ପାର୍ଶ୍ୱକୁ କାଟି ଦିଅନ୍ତୁ। ବ୍ରେଡକୁ ତେଲରେ ଫ୍ରାଏ କରି ଦିଅନ୍ତୁ। ଉଭୟ ପାର୍ଶ୍ୱ ପୂରା ଗୋଲଡେନ ଫ୍ରାଏ କରିଦିଅନ୍ତୁ।
ଏହାପରେ ଗ୍ୟାସ୍ରେ ଏକ ପାତ୍ର ବସାଇ ଯେତିକି ପାଣି ସେତିକି ଚିନି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସେଥିରେ କିଛି ଗୁଜରାତି, କେଶର ପକାଇ ଦିଅନ୍ତୁ । ଏହାପରେ ଗୋଟି ଗୋଟି ବ୍ରେଡକୁ ଚିନି ସିରାରେ ପକାନ୍ତୁ। ଉଭୟ ପାର୍ଶ୍ୱକ ଓଲଟାଇ ତାହାକୁ ବାହାର କରି ଏକ ପାତ୍ରରେ ତିନି ଥାକ କରି ରଖନ୍ତୁ।
ଏହାପରେ ଏକ ପାତ୍ରରେ କ୍ଷୀର ଗରମ କରି ତାହାକୁ ଫୁଟାନ୍ତୁ। କ୍ଷୀରକୁ ପ୍ରାୟ ଅଧା କରି ଦିଅନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ, ଚିନି, କେଶର ପକାନ୍ତୁ। ଏହାପରେ ମିଲ୍କ ପାଉଡରରେ କିଛି କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ କ୍ଷୀରରେ ପକାଇ ଘାଣ୍ଟି ଦିଅନ୍ତୁ। ଏହପରେ ଏହି କ୍ଷୀର ମିଶ୍ରଣକୁ ବ୍ରେଡ ପିସ୍ ଉପରେ ଆସ୍ତେ ଆସ୍ତେ ଢାଳନ୍ତୁ। ମଲାଇ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ସାହି ବ୍ରେଡ ଟୁକୁଡା’ ।
ଏହାକୁ ଫ୍ରିଜରରେ ରଖି ଦିଅନ୍ତୁ । ପ୍ରାୟ ଘଣ୍ଟାଏ ପରେ ଏହାକୁ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।