Advertisment

‘ସାହି ବ୍ରେଡ ଟୁକୁଡା’ ଖାଇବାକୁ ଭାରି ସୁଆଦିଆ, ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଏହା ଦେଖିବାକୁ ଯେତିକି ଲୋଭନୀୟ, ଖାଇବାକୁ ଯେତିକି ସୁଆଦିଆ। ଏହାକୁ ପ୍ରସ୍ତୁତ କରିବା ସେତିକି ସହଜ । କେବଳ ବ୍ରେଡ ଓ ଅଳ୍ପ କିଛି ସାମଗ୍ରୀରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସୁଇଟ୍‌ ଡିସ୍‌।

ଅଦ୍ୟତନ ହୋଇଛି
shahi-tukra

shahi-tukra

Advertisment

ପ୍ରଥମେ ବ୍ରେଡର ଚାରି ପାର୍ଶ୍ୱକୁ କାଟି ଦିଅନ୍ତୁ। ବ୍ରେଡକୁ ତେଲରେ ଫ୍ରାଏ କରି ଦିଅନ୍ତୁ। ଉଭୟ ପାର୍ଶ୍ୱ ପୂରା ଗୋଲଡେନ ଫ୍ରାଏ କରିଦିଅନ୍ତୁ।

Advertisment

ଏହାପରେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ଯେତିକି ପାଣି ସେତିକି ଚିନି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସେଥିରେ କିଛି ଗୁଜରାତି, କେଶର ପକାଇ ଦିଅନ୍ତୁ । ଏହାପରେ ଗୋଟି ଗୋଟି ବ୍ରେଡକୁ ଚିନି ସିରାରେ ପକାନ୍ତୁ। ଉଭୟ ପାର୍ଶ୍ୱକ ଓଲଟାଇ ତାହାକୁ ବାହାର କରି ଏକ ପାତ୍ରରେ ତିନି ଥାକ କରି ରଖନ୍ତୁ।

ଏହାପରେ ଏକ ପାତ୍ରରେ କ୍ଷୀର ଗରମ କରି ତାହାକୁ ଫୁଟାନ୍ତୁ। କ୍ଷୀରକୁ ପ୍ରାୟ ଅଧା କରି ଦିଅନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ, ଚିନି, କେଶର ପକାନ୍ତୁ। ଏହାପରେ ମିଲ୍କ ପାଉଡରରେ କିଛି କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ କ୍ଷୀରରେ ପକାଇ ଘାଣ୍ଟି ଦିଅନ୍ତୁ। ଏହପରେ ଏହି କ୍ଷୀର ମିଶ୍ରଣକୁ ବ୍ରେଡ ପିସ୍‌ ଉପରେ ଆସ୍ତେ ଆସ୍ତେ ଢାଳନ୍ତୁ। ମଲାଇ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ସାହି ବ୍ରେଡ ଟୁକୁଡା’ ।

Advertisment

ଏହାକୁ ଫ୍ରିଜରରେ ରଖି ଦିଅନ୍ତୁ । ପ୍ରାୟ ଘଣ୍ଟାଏ ପରେ ଏହାକୁ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

Indian Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe