Advertisment

କେବେ ସୁଜି ରସଗୋଲା ଖାଇଛନ୍ତି କି? ଥରେ ଘରେ ପ୍ରସ୍ତୁତ କରନ୍ତୁ

ଆପଣ ବଜାରରେ ଛେନାରୁ ପ୍ରସ୍ତତ ରସଗୋଲା ଖାଇଥିବେ। ହେଲେ କେବେ ସୁଜିରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି? ଏହାକୁ ଖାଇବାକୁ ଯେତେ ଟେଷ୍ଟି , ସେତିକି ସ୍ପଞ୍ଜି ଓ ସଫ୍ଟ ।

suji rasgulla

suji rasgulla

Advertisment

ଆପଣ ବଜାରରେ ଛେନାରୁ ପ୍ରସ୍ତତ ରସଗୋଲା ଖାଇଥିବେ। ହେଲେ କେବେ ସୁଜିରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି? ଏହାକୁ ଖାଇବାକୁ ଯେତେ ଟେଷ୍ଟି , ସେତିକି ସ୍ପଞ୍ଜି ଓ ସଫ୍ଟ । ତେବେ ଜାଣି ରଖନ୍ତୁ, କିପରି ଖୁବ୍‌ କମ୍‌ ସାମଗ୍ରୀରେ ଓ କମ୍‌ ସମୟରେ ପ୍ରସ୍ତୁତ ହେଉଛି ଏହି ସୁଆଦିଆ ଆଇଟମ୍‌

Advertisment

ଆବଶ୍ୟକ ସାମଗ୍ରୀ: ସୁଜି, ଚିନି, ଗୁଆଘିଅ, କ୍ଷୀର, ଗୁଜରାତି ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଗୁଆ ଘିଅ ଦେଇ ଅଧ ଲିଟର କ୍ଷୀର ପକାନ୍ତୁ। କ୍ଷୀର ଫୁଟିବା ପରେ ଗ୍ୟାସ୍‌ ଆଞ୍ଚକୁ ସ୍ଲୋ କରି ଦିଅନ୍ତୁ। ଏହାପରେ ସେଥିରେ ଧୀରେ ଧୀରେ ଶହେ ଗ୍ରାମର ସୁଜି ପକାଇ ଘାଣ୍ଟନ୍ତୁ। ଜନ୍ତଣୀ ଗାଢ଼ା ହୋଇଗଲା ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ।

ସୁଜି ଜନ୍ତଣୀ ସାମାନ୍ୟ ଥଣ୍ଡା ହେବା ପରେ ତାହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ତାହାକୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ।

Advertisment

ଏବେ ଅନ୍ୟ ଏକ ପାତ୍ରରେ ଚିନି ସିରା ପ୍ରସ୍ତୁତ କରନ୍ତୁ। ସେଥିରେ କିଛି ଗୁଜରାତିକୁ ଛେଚି ପକାଇ ଦିଅନ୍ତୁ । ସିରା ଫୁଟିବା ପରେ ସେଥିରେ ସୁଜି ଗୁଳାକୁ ପକାଇ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଜି ରସଗୋଲା।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe