Advertisment

ଅତ୍ୟଧିକ ସ୍ମାର୍ଟ ଫୋନ୍ ବ୍ୟବହାର ପିଲାଙ୍କର ବାକ୍ ଶକ୍ତିକୁ ପ୍ରଭାବିତ କରୁଛି!

ଅନୁସନ୍ଧାନ ଅନୁସାରେ, ଯେଉଁ ପିଲାମାନେ ଦିନକୁ ଚାରି ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍ ବା ଗ୍ରୀନ୍ ଲାଇଟ୍ ପରଦାରେ ବିତାଉଛନ୍ତି, ସେମାନଙ୍କର କହିବା ଶକ୍ତି ଓ ସୃଜନଶୀଳତା ବିକାଶରେ ବିଳମ୍ବ ଘଟୁଛି।

ଅଦ୍ୟତନ ହୋଇଛି
Representational Pic

Representational Pic

Advertisment

କେବଳ ଯୁବପିଢ଼ି ନୁହଁନ୍ତି ପିଲାଠୁ ବୟସ୍କ ଏବେ ସମସ୍ତେ ସ୍ମାର୍ଟଫୋନ୍ ନିଶାରେ କବଳିତ। ଯାହା ଏକ ମୁଖ୍ୟ ଚିନ୍ତାର କାରଣ। ସ୍ମାର୍ଟଫୋନ୍ ତଥା ଗ୍ରୀନ୍ ଲାଇଟର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ନିକଟରେ ଆଉ ଏକ ଅନୁସନ୍ଧାନରୁ ଆସିଛି ଚିନ୍ତାଜନକ ତଥ୍ୟ। ରିପୋର୍ଟ ଅନୁସାରେ, ଯେଉଁ ପିଲାମାନେ ଦିନକୁ ଚାରି ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍ ବା ଗ୍ରୀନ୍ ଲାଇଟ୍ ପରଦାରେ ବିତାଉଛନ୍ତି, ସେମାନଙ୍କର କହିବା ଶକ୍ତି ଓ ସୃଜନଶୀଳତାରେ ବିଳମ୍ବ ଘଟୁଛି।

Advertisment

ଜାମା ପେଡିଆଟ୍ରିକ୍ସ ପତ୍ରିକାରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି। ଅନୁସନ୍ଧାନ ଅନୁସାରେ ଟେଲିଭିଜନ୍, କମ୍ପ୍ୟୁଟର, ଟାବଲେଟ୍, କିମ୍ବା ସ୍ମାର୍ଟଫୋନ୍ ଭଳି ପରଦାରେ ଦିନକୁ ଚାରି ଘଣ୍ଟାରୁ ଅଧିକ ସମୟ ଅତିବାହିତ କରୁଥିବା ଶିଶୁଙ୍କର ଦୁଇ ଏବଂ ଚାରି ବର୍ଷ ବୟସରେ ସାଧାରଣ ପିଲାମାନେ ଯେପରି ଯୋଗାଯୋଗ କରିବା କଥା ସେମାନେ କରିପାରୁ ନାହାନ୍ତି। ସେମାନଙ୍କର ଏହି ଶକ୍ତି ବିକାଶରେ ବିଳମ୍ବ ଘଟୁଛି। ଏଥିସହ ସେମାନଙ୍କର ସମସ୍ୟା ସମାଧାନର କୌଶଳ ଶକ୍ତିରେ ମଧ୍ୟ ବିଳମ୍ବ ଘଟୁଛି। ସାଙ୍ଗ-ସାଥୀଙ୍କ ପରିବର୍ତ୍ତେ ମୋବାଇଲରେ ସମୟ ଅତିବାହିତ କରୁଥିବା ପିଳାଙ୍କର ବ୍ୟକ୍ତିଗତ ତଥା ସାମାଜିକ କୌଶଳର ବିକାଶରେ ବିଳମ୍ବ ହେଉଥିବା ଅଧ୍ୟୟନ ସମୟରେ ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ।

ଏହି ଅଧ୍ୟୟନରେ ୭,୦୦୦ରୁ ଅଧିକ ଜାପାନୀ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କ ମାଆଙ୍କ ରିପୋର୍ଟକୁ ଆଧାର କରି ଦିନକୁ କେତେ ଘଣ୍ଟା ପରଦା ବ୍ୟବହାର କରୁଛନ୍ତି ତାହା ମାପ କରାଯାଇଥିଲା। ଅନୁସନ୍ଧାନକାରୀମାନେ ମଧ୍ୟ ଦୁଇରୁ ଚାରି ବର୍ଷ ମଧ୍ୟରେ ବିଭିନ୍ନ ବିକାଶମୂଳକ ପରୀକ୍ଷଣରେ ଛୋଟ ପିଲାମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ଦୃଷ୍ଟି ରଖିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ, ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ, ଯେଉଁ ପିଲାମାନେ ଦିନକୁ ଚାରି ଘଣ୍ଟା ପରଦାରେ ବିତାଇଥିଲେ, ସେମାନଙ୍କର ଯୋଗାଯୋଗ ଏବଂ ସମସ୍ୟା ସମାଧାନ କୌଶଳର ବିକାଶରେ ବିଳମ୍ବ ହେବାର ସମ୍ଭାବନା ତିନି ଗୁଣ ଅଧିକ। କଥା କହିବାରେ ମଧ୍ୟ ସେମାନେ ଅନ୍ୟ ପିଲାଙ୍କଠାରୁ ଦୁର୍ବଳ ଥିଲେ।

Advertisment

ଏହି ଗବେଷଣାରୁ ଆହୁରି ଜଣାପଡିଛି ଯେ, ଯେଉଁ ପିଲାମାନେ ପରଦାରେ ଅଧିକ ସମୟ ବିତାଇଥିଲେ ସେମାନଙ୍କ ମାଆମାନେ କମ୍ ବୟସରେ ମାତୃତ୍ୱ ହାସଲ କରିଛନ୍ତି। ଏଥିସହ ସେମାନଙ୍କ ମଧ୍ୟରେ ଅଧିକାଂଶ ମାଆ ପ୍ରଥମ ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ପ୍ରସବ ପରବର୍ତ୍ତୀ ସମୟର ଅବସାଦର ସମ୍ମୁଖୀନ ହୋଇଛନ୍ତି। ତେବେ ପିଲାମାନେ ବିତାଇଥିବା ସ୍କ୍ରିନ୍ ଟାଇମ୍ ଶିକ୍ଷା କିମ୍ବା ମନୋରଞ୍ଜନ ଭିତ୍ତିକ କି ନୁହେଁ ସେ ଉପରେ ଅନୁସନ୍ଧାନ କରାଯାଇ ନଥିବା ରିପୋର୍ଟରେ ଦର୍ଶାଯାଇଛି। 

Study On Smartphone Green Light Effect On Babies New Research On Smartphone Smartphone Side Effect
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe