Advertisment

ଡାର୍କ ଚକୋଲେଟ୍‌ ଖାଉଛନ୍ତି କି? ହୋଇପାରେ ଘାତକ

ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।

author-image
Madhupriya Mistry
ଅଦ୍ୟତନ ହୋଇଛି
Dark chocolate

Dark chocolate

ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି ଘାତକ ମଧ୍ୟ।

Advertisment

ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ହାଇଦ୍ରାବାଦ ଆପୋଲ ହସ୍ପିଟାଲର ଡାକ୍ତର ସୁଧୀର କୁବାରଙ୍କ କହିବା ମୁତାବକ, ଡାର୍କ ଚକୋଲେଟ୍ ଲୋକଙ୍କ ମଧ୍ୟରେ ବେଶ୍‌ ଫେମସ୍‌। ଏହା କମ୍‌ ଚିନି ଯୁକ୍ତ ଓ ଆଣ୍ଟିଅକ୍ସିଡେଣ୍ଟର କ ଭଲ ସୋର୍ସ ବୋଲି ଲୋକଙ୍କ ବିଶ୍ୱାସ। କିନ୍ତୁ ଏହାକୁ ଖାଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ।

ବିଶେଷଜ୍ଞଙ୍କ କହିବା ମୁତାବକ, କିଛି ଡାର୍କ ଚକୋଲେଟ୍‌ରେ ଲେଡ୍‌ ଓ କ୍ୟାଡ୍‌ମିୟମ ରହିଛି। ଏଗୁଡ଼ିକ ହେଉଛି ଦୁଇଟି ଭାରି ଧାତୁ, ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ। ସେ କହିଛନ୍ତି ଯେ ପ୍ରତିଦିନ ଭାରି ଧାତୁ ଖାଇବା ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଉପୁଜି ପାରେ। ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କଠାରେ ଏହାର ବିପଦ ଅଧିକ।

Advertisment

ଧାତୁ ଶରୀରର ବିକାଶ ସହିତ ଜଡିତ ସମସ୍ୟା ସୃଷ୍ଟି କରେ। ମସ୍ତିଷ୍କର ବିକାଶ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ। ଡାର୍କ ଚକୋଲେଟ୍ IQ କମ୍ ଥିବା ପିଲାମାନଙ୍କର ଜନ୍ମ ହେବାର କାରଣ ମଧ୍ୟ ସାଜିପାରେ। ଅଧିକ ଧାତୁ ବା ଲେଡ୍‌ ସେବନ ଦ୍ୱାରା ବୟସ୍କମାନଙ୍କଠାରେ ସ୍ନାୟୁଗତ ସମସ୍ୟା, ଉଚ୍ଚ ରକ୍ତଚାପ, କିଡନୀ ନଷ୍ଟ ହେବା ଭଳି ସମସ୍ୟା ଉପୁଜିପାରେ। ତେଣୁ ଡାର୍କ ଚକୋଲେଟ୍‌ ଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Lifestyle