Advertisment

ଏହି ସବୁ ରୋଗ ଥିଲେ ପିଅନ୍ତୁ ନାହିଁ ଅଧିକ ନଡ଼ିଆ ପାଣି; ପଡ଼ିପାରେ ସାଇଡ୍‌ ଇଫେକ୍ଟ

ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟା ଥିବ ତାହାହେଲେ ଅତ୍ୟଧିକ ନଡ଼ିଆ ପାଣି ପିଅନ୍ତୁ ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Coconut water

Coconut water

ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ହିତକାର ହୋଇଥାଏ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଏଥିପାଇଁ ଅନେକ ଲୋକ ନଡ଼ିଆ ପାଣି ପିଇବାକୁ ଭଲ ପାଇଥାନ୍ତି। ହେଲେ କିଛି ନି଼ର୍ଦ୍ଦି ଷ୍ଟ ରୋଗରେ ପୀଡିତ ଲୋକଙ୍କୁ ଅଧିକ ନଡ଼ିଆ ପିଇବାକୁ ଡାକ୍ତର ବାରଣ କରିଥାନ୍ତି। କାହିଁକିନା ଅଧିକ ନଡ଼ିଆ ପାଣି ପିଇବା ଦ୍ୱାରା ସେମାନଙ୍କ ପାଇଁ  କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ନଡ଼ିଆ ପାଣି ପିଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। 

Advertisment

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ କହିବା ଅନୁସାରେ, ନଡ଼ିଆ ପାଣିରେ ପୋଟାସିୟମ ଅଧିକ ରହିଥାଏ। ଯଦି ଜଣେ ବ୍ୟକ୍ତି ଆବଶ୍ୟକରୁ ଅଧିକ ନଡ଼ିଆ ପାଣି ପିଇଥାଏ, ତାହାହେଲେ ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ସନ୍ତୁଳନ ବିଗିଡ଼ି ଯାଇପାରେ। ଏଥିସହ ଯଦି ଜଣେ ମଧୁମେହ ରୋଗୀ ଅଧିକ ପରିମାଣରେ ନଡ଼ିଆ ପାଣି ପିଇଥାଏ,ତାହାହେଲେ ତାର ବ୍ଲଡ୍‌ ସୁଗାର ଲେବୁଲ ବଢ଼ିଯିବାର ସମ୍ଭାବନା ରହିଛି।

ଅତ୍ୟଧିକ ନଡ଼ିଆ ପାଣି ପିଇବା ଦ୍ୱାରା କିଡନୀ ଉପରେ ପ୍ରଭାବ ପକାଇଥାଏ। କିଡନୀ ଫଙ୍କସନ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ ।

Advertisment

ନଡ଼ିଆ ପାଣି ଉଚ୍ଚ ରକ୍ତ ଚାପ କମ୍‌ କରିଥାଏ। ଏଥିପାଇଁ ଡାକ୍ତର ପିଇବାକୁ ପରାମର୍ଶ ଦେଇଥାନ୍ତି। ହେଲେ ଯେଉଁ ବ୍ୟକ୍ତିଙ୍କର ଲୋ’ ବ୍ଲଡ୍ ପ୍ରେସର ଥିବ, ସେମାନେ ଅତ୍ୟଧିକ ନଡ଼ିଆ ପିଇବା ଦ୍ୱାରା ସେମାନଙ୍କ ପାଇଁ ହାନିକାର ସ୍ୟାବସ୍ତ ହୋଇଥାଏ। ଏଥିପାଇଁ ଲୋ’ ବ୍ଲଡ୍ ପ୍ରେସର ଥିବା ବ୍ୟକ୍ତିମାନେ ଅତ୍ୟଧିକ ନଡ଼ିଆ ପାଣି ଉଚିତ ନୁହେଁ। 

ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟା ଥିବ ତାହାହେଲେ ଅତ୍ୟଧିକ ନଡ଼ିଆ ପାଣି ପିଅନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସ୍ୟାବସ୍ତ ହେବ।

Health Raw Coconut Water