Advertisment

ଚାପରେ ରହୁଥିବା ଲୋକଙ୍କର ହୋଇଥାଏ ଏହି ପ୍ରକାର କର୍କଟ!

ବିଭିନ୍ନ ପ୍ରକାର କର୍କଟର କାରଣ ଭିନ୍ନ ଭିନ୍ନ ହୋଇଥାଏ। ସେଥିମଧ୍ୟରୁ ଏକ ପ୍ରକାର କର୍କଟ ରହିଛି, ଯାହା ଚାପରେ ରହିଲେ ହୋଇଥାଏ। କ’ଣ ସେହି କର୍କଟ, ଜାଣନ୍ତୁ ରୋଗ ଚିହ୍ଟକ ଓ ଚିକିତ୍ସା ସୂତ୍ର ....

ଅଦ୍ୟତନ ହୋଇଛି
A person with stress

A person with stress

Advertisment

ଗତ କିଛି ବର୍ଷ ମଧ୍ୟରେ କର୍କଟରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ମଧ୍ୟରୁ ଷ୍ଟୋମାକ୍ ବା ପାକସ୍ଥଳି କର୍କଟ ଅନ୍ୟତମ। ଏହି କର୍କଟକୁ ଗ୍ୟାଷ୍ଟ୍ରିକ୍ କର୍କଟ ମଧ୍ୟ କୁହାଯାଏ। ଏହି ପ୍ରକାର କର୍କଟ ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ତେବେ ଷ୍ଟୋମାକ୍ କ୍ୟାନ୍ସର କାହିଁକି ହୁଏ, ଲକ୍ଷଣ କଣ, କିପରି ଏହାର ଚିକିତ୍ସା କରିବେ, ଜାଣନ୍ତୁ...

Advertisment

କର୍କଟ ଏପରି ଏକ ରୋଗ ଯାହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର। କାରଣ ଯେପର୍ଯ୍ୟନ୍ତ ରୋଗର ଲକ୍ଷଣ ଦେଖାଯାଏ ନାହିଁ, ସେପର୍ଯ୍ୟନ୍ତ ନିରାକରଣ କରିବା ଖୁବ୍ କଷ୍ଟକର। ରୋଗର ଲକ୍ଷଣ ଦେଖାଯିବା ବେଳକୁ ଏହା ଅଧିକ ଗମ୍ଭୀର ହୋଇଯାଇଥାଏ। ଅଧିକାଂଶ ଲୋକ ପେଟ ସମସ୍ୟାକୁ କେବଳ ହଜମ, ଗ୍ୟାଷ୍ଟ୍ରିକ୍ ଏବଂ କୋଷ୍ଠକାଠିନ୍ୟ ସହ ଜଡିତ କରନ୍ତି। ଏସବୁ ସମସ୍ୟା ଥିବା ଭାବି ବିଳମ୍ବରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତି, ତେଣୁ ରୋଗ ଅଧିକ ମାରାତ୍ମକ ହୋଇଯାଏ। ତେଣୁ କେଉଁ ସବୁ ଲକ୍ଷଣ ଷ୍ଟୋମାକ୍ କ୍ୟାନ୍ସରର ସଙ୍କେତ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  •  ମୁଣ୍ଡ ବୁଲାଇବା
  • ସବୁବେଳେ କ୍ଳାନ୍ତ ଲାଗିବା
  • ମଳ ରଙ୍ଗ କଳା ହୋଇଯିବା
  • ବାନ୍ତି ଲାଗିବା
  • ବାନ୍ତିରେ ରକ୍ତ ପଡିବା
  • ଛାତିରେ ଜ୍ୱଳନ କିମ୍ୱା ଭାରି ଲାଗିବା
  • ଖୁବ୍ କମ୍ ଭୋକ ଲାଗିବା କିମ୍ୱା ଆଦୌ ନ ଲାଗିବା
  • କେତେକ ଖାଦ୍ୟର ଗନ୍ଧ ପ୍ରତି ଘୃଣାଭାବ ସୃଷ୍ଟି
  • ଅତ୍ୟଧିକ ଦୁର୍ଗନ୍ଧଯୁକ୍ତ ଏବଂ ମସଲାଯୁକ୍ତ ଖାଦ୍ୟ ଦେଖି ବାନ୍ତି ଲାଗିବା
  • ପେଟର ଉପର ଅଂଶରେ (ନାଭି ଉପରେ) ବାରମ୍ବାର ଯନ୍ତ୍ରଣା 
  • କମ୍ ସମୟରେ ଓଜନ ହ୍ରାସ ହେବା ଇତ୍ୟାଦି...
Advertisment

କାହିଁକି ହୁଏ ଷ୍ଟୋମାକ କ୍ୟାନ୍ସର?
ଅଧିକାଂଶ ଅନୁସନ୍ଧାନରେ, ଷ୍ଟୋମାକ କ୍ୟାନ୍ସରର ଯେଉଁ କାରଣ ଜଣାପଡିଛି ତାହା ଚିନ୍ତାଜନକ। କାରଣ ଅନୁସନ୍ଧାନରୁ ଜଣାପଡିଛି ଯେ, ଚାପରେ ରହୁଥିବା ଲୋକଙ୍କର ଷ୍ଟୋମାକ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ। ଏହା ବାଦ୍ ପେଟରେ ଅନ୍ୟ କୌଣସି ରୋଗ ନିରାକରଣ ହୋଇନପାରିବା, ଟ୍ୟୁମର୍ ଆଦି ଷ୍ଟୋମାକ୍ କ୍ୟାନ୍ସର କରିପାରନ୍ତି। ସେହିପରି ପରିବାରରେ ଯଦି କୌଣସି ବ୍ୟକ୍ତି କ୍ୟାନ୍ସରରେ ପୀଡିତ ଥାନ୍ତି କିମ୍ବା ପୂର୍ବ ଇତିହାସ ଥାଏ, ତେବେ ଏହି ପ୍ରକାର କର୍କଟ ହେବାର ଆଶଙ୍କା ରହିଥାଏ। 

ଚିକିତ୍ସା
ଷ୍ଟୋମାକ୍ କ୍ୟାନ୍ସର ବିରଳ ପ୍ରକାର କର୍କଟ ହେଲେ ବି ଏହାର ଚିକିତ୍ସା ସରଳ। କିନ୍ତୁ ସଠିକ୍ ସମୟରେ ରୋଗ ନିର୍ଣ୍ଣୟ ହେବା ଜରୁରୀ। ଷ୍ଟୋମାକ୍ କ୍ୟାନ୍ସର ପରିଲକ୍ଷିତ ହେଲେ ଡାକ୍ତରମାନେ ଅପରେସନ୍ ମାଧ୍ୟମରେ ଏହାକୁ ଉପଶମ କରିପାରନ୍ତି। ଯଦି ବାନ୍ତିରେ ରକ୍ତ ପଡ଼େ କିମ୍ବା ରକ୍ତ ବାନ୍ତି ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଚିକିତ୍ସା ମାଧ୍ୟମରେ ରୋଗ ନିରାକରଣ ହୋଇପାରିବ।

Cancer Stomach Cancer Health Tips Health News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe