Advertisment

ଅଧାଘଣ୍ଟା ଯଥେଷ୍ଟ! ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଉଦ୍ୟୋଗପତି

ଡାଇସୁକେ ହୋରୀ ଦେଇଥିବା ତଥ୍ୟ ଅନୁଯାୟୀ ଦିନରେ ଅଳ୍ପ ସମୟ ଶୋଇବା ପାଇଁ ସେ ୨୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି।

ଅଦ୍ୟତନ ହୋଇଛି
Daisuke Hori

Daisuke Hori

Advertisment

ଆପଣ ଦିନକୁ କେତେ ଘଣ୍ଟା ଶୁଅନ୍ତି? ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନ କରନ୍ତି, ତା’ହେଲେ ଆପଣଙ୍କ ଉତ୍ତର ଏମିତି ହୋଇପାରେ- ୫ ଘଣ୍ଟା, ୬ ଘଣ୍ଟା, ୭ ଘଣ୍ଟା ବା ୮ ଘଣ୍ଟା? କେହି କେହି ୟା’ଠୁ ଅଧିକ ସମୟ ମଧ୍ୟ ଶୁଅନ୍ତି। ତେବେ ଜାପାନର ଜଣେ ଉଦ୍ୟୋଗପତି ଦାବି କରିଛନ୍ତି ଯେ ଗଲା ୧୨ ବର୍ଷ ହେଲାଣି ସେ ଦିନକୁ ମାତ୍ର ଅଧା ଘଣ୍ଟା ଶୋଉଛନ୍ତି। ଆଉ ଏଭଳି କରି ସେ ନିଜକୁ ଚଳଚଞ୍ଚଳ ରଖିବା ସହିତ ତାଙ୍କ କାର୍ଯ୍ୟ ଦକ୍ଷତାକୁ ବଢ଼ାଇ ପାରିଛନ୍ତି।

Advertisment

ଏହି ଉଦ୍ୟୋଗପତିଙ୍କ ନାଁ ଡାଇସୁକେ ହୋରୀ। ତାଙ୍କୁ ୪୦ ବର୍ଷ ହୋଇଛି। ଅଳ୍ପ ସମୟ ନିଦ୍ରା ଯିବା ସତ୍ତ୍ୱେ ଦିନ ତମାମ ଫୂର୍ତ୍ତି ରହିବାକୁ ସେ ତାଙ୍କ ମସ୍ତିଷ୍କ ଓ ଶରୀରକୁ ଅଭ୍ୟସ୍ତ କରାଇଥିବା କହିଛନ୍ତି। ‘ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ ନାମକ ଏକ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ଦାବି କରିଛନ୍ତି।

ହୋରୀ ଜଣେ ଉଦ୍ୟୋଗପତି ହୋଇଥିଲେ ମଧ୍ୟ ସଂଗୀତ, ପେଣ୍ଟିଂ ଓ ମେକାନିକାଲ ଡିଜାଇନରେ ତାଙ୍କର ଭାରି ରୁଚି ରହିଛି। ଗୋଟିଏ ଦିନରେ ଅଧିକରୁ ଅଧିକ ସମୟ ସକ୍ରିୟ ରହିବା ପାଇଁ ସ୍ୱଳ୍ପ ସମୟର ନିଦ୍ରାଭ୍ୟାସକୁ ସେ ୧୨ ବର୍ଷ ତଳେ ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ଏହାକୁ ୩୦ରୁ ୪୫ ମିନିଟ୍‌କୁ ହ୍ରାସ କରିବାରେ ସଫଳ ହୋଇଥିଲେ। ସେ କହନ୍ତି, ଭଲ ନିଦ ହେବା ଜରୁରୀ। ଅଧିକ ସମୟ ଶୋଇବା ଜରୁରୀ ନୁହେଁ। ଭଲ ନିଦ ହେଲେ ଜଣେ କର୍ମତତ୍ପର ହେବ ଓ ତାଙ୍କର କାର୍ଯ୍ୟ ଦକ୍ଷତା ବଢ଼ିବ। ଉଦାହରଣ ସ୍ୱରୂପ- ଡାକ୍ତର ଓ ଅଗ୍ନିଶମ କର୍ମଚାରୀମାନଙ୍କ ବିଶ୍ରାମ ସମୟ ବହୁତ ଅଳ୍ପ। କିନ୍ତୁ ସେମାନେ ଚଳଚଞ୍ଚଳ ଥାଆନ୍ତି ଓ ସେମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ଉତ୍ତମ ରହେ।

Advertisment

ଜାପାନର Yomiuri TV ଡାଇସୁକେ ହୋରୀଙ୍କୁ ରିୟଲିଟି ଶୋ’ ‘ଉଇଲ ୟୁ ଗୋ ୱିଥ୍ ମିଁ’ରେ ସାମିଲ କରିଥିଲା। ହୋରୀଙ୍କ ଦାବି ସତ ନା ନୁହେଁ ପରୀକ୍ଷା କରିବା ପାଇଁ ତାଙ୍କୁ ଏହି ରିୟଲିଟି ଶୋ’ରେ ସାମିଲ କରାଯାଇଥିଲା। ଏହି ଶୋ’ ବେଳେ ଦେଖିବାକୁ ମିଳିଥିଲା ଯେ ଡାଇସୁକେ ହୋରୀ ଦିନକୁ ମାତ୍ର ୨୬ ମିନିଟ୍ ଶୋଉଥିଲେ। ଉଠିବା ବେଳେ ସେ ଖୁବ୍ ସତେଜ ଦେଖାଯାଉଥିଲେ। ଏମିତିକି ମାତ୍ର ୨୬ ମିନିଟ୍‌ ଶୋଇ ଉଠିବା ପରେ ସେ ଜିମ୍‌ରେ ବେଶ୍ ଆରମରେ ଝାଳ ବୁହାଉଥିଲେ। ସେ କ୍ଳାନ୍ତ ଅନୁଭବ କରୁ ନଥିଲେ।

ଡାଇସୁକେ ହୋରୀଙ୍କ ଏହି ଅନନ୍ୟ ଶୟନ ଅଭ୍ୟାସ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ହୋରୀ ଦେଇଥିବା ତଥ୍ୟ ଅନୁଯାୟୀ ଦିନରେ ଅଳ୍ପ ସମୟ ଶୋଇବା ପାଇଁ ସେ ୨୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ସେମାନଙ୍କ ମଧ୍ୟରୁ ଜଣେ Yomiuri TVକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ପୂର୍ବରୁ ୮ ଘଣ୍ଟା ଶୋଉଥିଲେ। ହୋରୀଙ୍କଠାରୁ ପ୍ରଶିକ୍ଷଣ ନେବା ପରେ ସେ ଏହାକୁ ୯୦ ମିନିଟ୍‌କୁ ହ୍ରାସ କରିବାରେ ସଫଳ ହୋଇଛନ୍ତି। ଅର୍ଥାତ୍ ସେ ଦିନରେ ମାତ୍ର ୯୦ ମିନିଟ୍ ଶୋଉଛନ୍ତି।

ହୋରୀଙ୍କ ଏହି ଅଳ୍ପ ସମୟର ଶୟନ ଅଭ୍ୟାସକୁ ଅନୁକରଣ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯିବା ଉଚିତ୍ କି ନୁହେଁ, ତାହା ବିତର୍କର ବିଷୟ। କିନ୍ତୁ ଡାଇସୁକେ ହୋରୀଙ୍କ ଜୀବନଶୈଳୀ ଯେ ଆମର ପାରମ୍ପରିକ ମତବାଦ- ଦିନକୁ ୮ ଘଣ୍ଟା ବା ପୂରା ରାତି ଶୋଇବାର ପରାମର୍ଶକୁ ଯେ ଚ୍ୟାଲେଞ୍ଜ କରିଛି, ସେଥିରେ କିଛି ଦ୍ୱନ୍ଦ୍ୱ ନାହିଁ।

Daisuke Hori
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe