Advertisment

୧୦୦ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ

ଆଗକୁ ପିକନିକ ଋତୁ ଆସୁଥିବାରୁ ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍। ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼।

Khandadhar

Khandadhar

Advertisment

ରାଜ୍ୟର ୧୦୦ ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ। ଆଗକୁ ପିକନିକ ଋତୁ ଆସୁଥିବାରୁ ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍। ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। ୟୁଥ୍ ଫର୍ ୱାଟର ନାମକ ସ୍ଵେଚ୍ଛାସେବୀ ସଂଗଠନ ସହଯୋଗରେ ଏହି କ୍ୟାମ୍ପେନ ହାତକୁ ନେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। କ୍ୟାମ୍ପେନ ଅଧୀନରେ ରାଜ୍ୟର ୨୮ ଜିଲ୍ଲାରେ ୧୦୦ଟି ପିକନିକ୍ ସ୍ପଟକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକରେ NGO, ଇକୋ କ୍ଲବ୍, SHG ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ଜରିଆରେ ପିକନିକ୍ ସ୍ପଟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସଚେତନତା ସୃଷ୍ଟି କରାଯିବ।

Advertisment

ଏଥିମଧ୍ୟରେ ଅନୁଗୁଳର ଡ଼େରେଜାଙ୍ଗ ଡ଼୍ୟାମ୍, ବାଲେଶ୍ୱରର ଚାନ୍ଦିପୁର, ବରଗଡ଼ର ନୃସିଂହନାଥ, ଭଦ୍ରରକର ଇରମ୍, ବଲାଙ୍ଗିରିର ଗାଇଖାଇ ଇକୋଟୁରିଜିମ, ବୌଦ୍ଧର ରାମଗଡ଼, କଟକର ଅଶୁଂପ ଦେଓଝର, ଢେଙ୍କାନାଳର ସପ୍ତଶଯ୍ୟା ଓ ଦଣ୍ଡାଧାର ଗଜପତିର ଗଣ୍ଡହାତୀ ଜଳପ୍ରପାତ, ଗଞ୍ଜାମ ବୁଢାଖୋଲ, କଳାହାଢିର ହେଲୋପଏଣ୍ଟ, କନ୍ଧମାନର ଲୁଡ଼ୁଜଳ ପ୍ରପାତ, କେନ୍ଦ୍ରାପଡ଼ାର ସିଆଳି ବିଚ, କାନ୍ଦୁଝରର ବଡ଼ଘାଗରା ଓ ସାନଘାଗରା, ଖୋର୍ଦ୍ଧାର ଡ଼େରାସ, ବରୁଣେଇ ମନ୍ଦିର, କୋରାପୁଟ ଗୁପ୍ତେଶ୍ୱର, ଦେଓମାଳି, ମାଲକାନଗିରିର ସତୀଗୁଡ଼ା ଡ଼୍ୟାମ୍ , ମୟୁରଭଞ୍ଜର ଭୀମକୁଣ୍ଡ ଇକୋଟୁରିଜିମ୍, ବରେହିପାଣି ଜଳ ପ୍ରପାତ, ସୀତାକୁଣ୍ଡ,ଦେବକୁଣ୍ଡ, ନବରଙ୍ଗପୁରର ଚନ୍ଦାଧର, ନୟାଗଡ଼ର ସିମିଳିଝର, ନୂଆପଡ଼ାର ପାଟୋରାରିଜରଭର, ପୁରୀର ରାମଚଣ୍ଡି, ରାୟଗଡ଼ାର ମିନାଝଲା ଶିବ ମନ୍ଦିର, ସମ୍ବଲପୁରର ଜିରୋପଏଣ୍ଟ, ଦେବଝରଣ, ସୋନପୁରର ପୂଜାଡ଼ୁଙ୍ଗୁରୀ, ଏବଂ ସୁନ୍ଦରଗଡ଼ର ଖଣ୍ଡାଧାର ଜଳପ୍ରପାତ ଓ ବେଦବ୍ୟାସ ପ୍ରମୁଖ ସ୍ଥାନ ସାମିଲ ରହିଛି।

Orissa Tourism
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe