Advertisment

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।

ଅଦ୍ୟତନ ହୋଇଛି
Bhitarkanika

Bhitarkanika

Advertisment

ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆଜିଠୁ ଭିତରକନିକା ବନ୍ଦ । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।

Advertisment

୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।

ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Advertisment

ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦, ୧୧ ଓ ୧୨ ତାରିଖରେ ଗଣନା କରାଯିବ । ସବୁ ଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ ।

Bhitarkanika Kendrapada Crocodile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe