Advertisment

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ।

Bitarkanika

Bitarkanika

Advertisment

କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା। ଆଜିଠୁ ଭିତରକନିକା ଖୋଲୁ ଥିବାରୁ ପର୍ଯ୍ୟଟକମାନେ ବେଶ୍‌ ଖୁସି ଅଛନ୍ତି।

Advertisment

ଭିତରକନିକାରେ ପ୍ରବେଶ କରିବା ପାଇଁ ଆଗ୍ରହୀ ଥିବା ପର୍ଯ୍ୟଟକ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି ତିନୋଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ବନବିଭାଗ ପକ୍ଷରୁ ୧୪ଟି ସରକାରୀ ଓ ୬୪ଟି ଘରୋଇ ବୋଟ ପ୍ରସ୍ତୁତ ରଖାଯାଇଛି। ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୬ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ l ପ୍ରବେଶ ଦ୍ୱାର ପାଖରୁ ବୋଟ ଯାଏ ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ l

ଏନେଇ ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଗତ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲା ଯାଉଛି। ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଭିତରକନିକା ବୁଲିବାକୁ ଆସିବେ ବୋଲି ଆଶା କରାଯାଉଛି।

Advertisment
Tourist Destinations Bhitarkanika
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe