Advertisment

ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା

ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବା ସହ ରେଳ ଓ ବିମାନ ଯାତ୍ରାକୁ ସହଜ କରିବାକୁ ବଜେଟରେ ଲକ୍ଷ୍ୟ ରଖାଯାଇଛି।

ଅଦ୍ୟତନ ହୋଇଛି
Lakshadweep

Lakshadweep

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ। ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment

ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଲାକ୍ଷାଦ୍ୱୀପକୁ କିପରି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଥିସହ ଏୟାର୍ ରୁଟ୍ (ବିମାନ ପଥ) ବଢାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ନୂଆ ୫୭୦ ଏୟାର ରୁଟ୍‌ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉଡାଣ ଯୋଜନାରେ ଏହି ସୁବିଧା କରାଯିବ। ଉଡାଣ ଯୋଜନାର ୫୭୦ ନୂଆ ରୁଟ୍‌ ହେଲେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ ଅର୍ଥମନ୍ତ୍ରୀ କହିଛନ୍ତି।

Advertisment

ସେହିପରି ରେଳ ଯାତ୍ରାକୁ ସୁବିଧା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

Finance Minister Budget 2024 Interim-budget Budget For Tourist Place FM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe