Advertisment

ଏଥର ଗ୍ରୀଷ୍ମରେ ବିଦେଶଠୁ କଶ୍ମୀର ଭ୍ରମଣ ମହଙ୍ଗା ହୋଇପାରେ

ସିଙ୍ଗାପୁର, ଶ୍ରୀଲଙ୍କା କିମ୍ବା ଥାଇଲ୍ୟାଣ୍ଡ ଅପେକ୍ଷା କଶ୍ମୀରରେ ବୁଲିବା ମହଙ୍ଗା ହୋଇପାରେ।

author-image
Debibandita Barick
Kashmir

Kashmir

ଏଥର ଗ୍ରୀଷ୍ମରେ କଶ୍ମୀର ଭ୍ରମଣ ବିଦେଶ ଭ୍ରମଣଠୁ ମହଙ୍ଗା ହୋଇପାରେ। ସିଙ୍ଗାପୁର, ଶ୍ରୀଲଙ୍କା କିମ୍ବା ଥାଇଲ୍ୟାଣ୍ଡ ଭଲି ବିଦେଶୀ ରାଷ୍ଟ୍ରରେ ଛୁଟି ମନାଇବା ତୁଳନାରେ କଶ୍ମୀରରେ ଛୁଟି ମନାଇବା ମହଙ୍ଗା ହୋଇଯିବ। କାରଣ ବର୍ତ୍ତମାନ ସୁଦ୍ଧା ହାଇଦ୍ରାବାଦରୁ ଏହି ବିଦେଶୀ ସ୍ଥାନଗୁଡିକୁ ଫ୍ଲାଇଟ୍ ଖର୍ଚ୍ଚ ୩୯,୦୦୦ରୁ ୬୦,୦୦୦ ଟଙ୍କା ଥିବାବେଳେ କଶ୍ମୀରର ପ୍ୟାକେଜ୍ ୭୦,୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଅବଶ୍ୟ ଏହି ପ୍ୟାକେଜରେ ବୁଲିବା, ରହିବା, ଏବଂ ଖାଇବା ଅନ୍ତର୍ଭୁକ୍ତ ଅଛି।

Advertisment

୧୬ ଏପ୍ରିଲ (ମଙ୍ଗଳବାର) ସୁଦ୍ଧା ହାଇଦ୍ରାବାଦରୁ ସିଙ୍ଗାପୁର ଅଭିମୁଖେ ବିମାନ ଟିକେଟ୍ ପାଖାପାଖି ୧୪,୦୦୦ ଟଙ୍କା ଥିବାବେଳେ ଏପ୍ରିଲ ଏବଂ ମେ ମାସ ପାଇଁ କଶ୍ମୀରକୁ ବିମାନ ଯାତ୍ରା ପାଇଁ ପ୍ରାୟ ୨୦,୦୦୦ ଟଙ୍କା ରହିଛି। ସେହିପରି କଲମ୍ବୋକୁ ୱାନ୍ ୱେ ଟ୍ରିପ୍ କାଶ୍ମୀର ଅପେକ୍ଷା ୧୦,୦୦୦ ଟଙ୍କାରୁ ୫୦% ଶସ୍ତା।

ଭ୍ରମଣ ପାଇଁ ବହୁ ମୂଲ୍ୟ ଦେବାକୁ ପଡୁଥିଲେ ବି ଯାତ୍ରୀମାନେ କଶ୍ମୀରକୁ ବୁଲିବାକୁ ଆସୁଥିବା ସ୍ଥାନୀୟ ଟ୍ରାଭେଲ୍ ଏଜେଣ୍ଟମାନେ କହିଛନ୍ତି। ସେମାନଙ୍କ କରିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ସମସ୍ତ ଆବାସ ପ୍ରାୟ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଛି। ଏବେ ବି ଲୋକେ ବୁକ୍ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ରୁମ୍ ମିଳିପାରୁ ନାହିଁ।

Advertisment

ଯଦି ପ୍ରାଇସ୍ କଥା କହିବା, ତେବେ ପଞ୍ଚ ତାରକା ହୋଟେଲ ରହିବା ସହ ଗୋଟିଏ ସପ୍ତାହ କଶ୍ମୀର ଭ୍ରମଣ ପାଇଁ ପ୍ୟାକେଜ ୧ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇପାରେ। ସେହିପରି ଚାରି ତାରକା ହୋଟେଲରେ ରହଣି ସହ ଯାତ୍ରା ପାଇଁ ପ୍ରାୟ ୭୦,୦୦୦ ଟଙ୍କା ରହିଛି। 

Kashmir Kashmir Tour Summer Vacation Travel