/odisha-reporter/media/post_attachments/uploadimage/library/16_9/16_9_0/IMAGE_1683561036.jpg)
Lokaseva Bhaban
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାନ୍ରୁୟାରୀ ମାସର ଛୁଟି ଦିନ ଗୁଡ଼ିକରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଆସନ୍ତାକାଲି ରବିବାରଠୁ ଏହି ଉଦ୍ୟାନ ଖୋଲା ରହିବ ।
Advertisment
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁୟାରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ । ଜନସାଧାରଣ ଏହି ଦିନଗୁଡ଼ିକରେ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
