Advertisment

ବନ୍ଦେ ଭାରତ ଟ୍ରେନକୁ ଶୌଚ ହେବାକୁ ଯାଇ ଗଣିଲେ ୬,୦୦୦ ଟଙ୍କା

ତରବରିଆ ଭାବେ ଶୌଚ ହେବାକୁ ଯାଇ ୬ ହଜାର ଟଙ୍କା ଗଣିଛନ୍ତି ଜଣେ ବ୍ୟକ୍ତି। ଏକ୍ସପ୍ରେସର ଏମର୍ଜେନ୍ସି ସୁବିଧାକୁ ନେଇ ଉଠାଇଲେ ପ୍ରଶ୍ନ।

ଅଦ୍ୟତନ ହୋଇଛି
Man Fined For Urinate

Man Fined For Urinate

Advertisment

ଯେତେବେଳେ ଶୌଚାଳୟ ଯିବାକୁ ମସ୍ତିଷ୍କ ଇନ୍ଦ୍ରିୟକୁ ସଙ୍କେତ ଦେଇ ଦିଏ, ସେତେବେଳେ ଆଉ କୌଣସି ପରିସ୍ଥିତି ଏହାକୁ ରୋକି ପାରେନି। ହୁଏତ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେକି ଆୟତ୍ତ କରିପାରନ୍ତି, ହେଲେ ଅଧିକାଂଶ ଲୋକ ଆଦୌ ଅଟକାଇ ପାରନ୍ତି ନାହିଁ। ଏପରି ତରବରିଆ ଭାବେ ଶୌଚ ହେବାକୁ ଯାଇ ୬ ହଜାର ଟଙ୍କା ଗଣିଛନ୍ତି ଜଣେ ବ୍ୟକ୍ତି।

Advertisment

ପୂରା ଘଟଣା ଥିଲା ଏହିପରି...

ଅବଦୁଲ କାଦିର ନାମକ ଜଣେ ବ୍ୟକ୍ତି ପତ୍ନୀ ଓ ପୁଅକୁ ନେଇ ହାଇଦ୍ରାବାଦରୁ ମଧ୍ୟ ପ୍ରଦେଶର ସିଙ୍ଗ୍ରାଉଲି ନିଜ ଘରକୁ ଯାଉଥିଲେ। ଭୋପାଳ ଷ୍ଟେସନରେ ପହଞ୍ଚିବା ପରେ ସିଙ୍ଗ୍ରାଉଲି ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ଭୋପାଳ ରେଳ ଷ୍ଟେସନ ପ୍ଲାଟଫର୍ମରେ ଥିବାବେଳେ ତାଙ୍କୁ ଖୁବ୍ ଜୋରରେ ପରିସ୍ରା ଲାଗିଥିଲା। ସେ ଶୌଚାଳୟ ବ୍ୟବହାର କରିବା ପାଇଁ ଷ୍ଟସନରେ ଛିଡା ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଚଢ଼ି ଯାଇଥିଲେ। 

ଦୁର୍ଭାଗ୍ୟବଶତଃ ଏହି ସମୟରେ ଟ୍ରେନ୍ କବାଟ ବନ୍ଦ ହୋଇଯାଇଥିଲା ଏବଂ ଉକ୍ତ ଟ୍ରେନଟି ଇନ୍ଦୋର ଅଭିମୁଖେ ଚାଲିଯାଇଥିଲା। ଅବଦୁଲ ବାଥରୁମରୁ ବାହାରି ତୁରନ୍ତ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ତିନିଜଣ ଟିକେଟ୍ ସଂଗ୍ରହକାରୀ ଏବଂ ବିଭିନ୍ନ କୋଚରେ ଉପସ୍ଥିତ ଥିବା ୪ ଜଣ ପୋଲିସ କର୍ମଚାରୀଙ୍କଠାରୁ ସାହାଯ୍ୟ ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭରଙ୍କ ବିନା ଅନ୍ୟ କେହି କବାଟ ଖୋଲିପାରିବେ ନାହିଁ ବୋଲି କହିଥିଲେ। ଅବଦୁଲ ଏହାପରେ ଡ୍ରାଇଭରଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

Advertisment

ଶେଷରେ ଅବଦୁଲଙ୍କୁ ବିନା ଟିକେଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବା କାରଣରୁ ୧,୦୨୦ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା। ଏହା ପରେ ଉଜ୍ଜୈନରେ ଟ୍ରେନ ଅଟକିବା ପରେ ଭୋପାଳକୁ ଏକ ବସ୍ କେଟରେ ଅତିରିକ୍ତ ୭୫୦ ଟଙ୍କା ଖର୍ଚ୍ଚ କରି ଆସିବାକୁ ପଡ଼ିଥିଲା। ହେଲେ ସେତେବେଳକୁ ପୂର୍ବରୁ ସିଙ୍ଗ୍ରାଉଲି ପାଇଁ ୪ ହଜାର ମୂଲ୍ୟ ଦେଇ ବୁକ୍ କରିଥିବା ଟିକେଟର ଆଉ କୌଣସି ମୂଲ୍ୟ ନଥିଲା। ପରେ ସେ ତାଙ୍କ ପୁଅ ଏବଂ ପତ୍ନୀଙ୍କ ନିକଟରେ ପହଞ୍ଚିବା ପରେ ଅନ୍ୟ ଗାଡ଼ିରେ ନିଜ ଘରେ ପହଞ୍ଚିଛନ୍ତି।

ଏ ଘଟଣାକୁ ନେଇ ସେ ବନ୍ଦେ ଭାରତର ଏମର୍ଜେନ୍ସି ସୁବିଧା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯଦି ଏକ୍ସପ୍ରେସରେ ସୁବିଧା ରହିଥାନ୍ତା, ତେବେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ବୋଲି ସେ କହିଛନ୍ତି। ଏହାର ପ୍ରତିକ୍ରିୟାରେ ଭୋପାଲ ରେଲୱେ ଡିଭିଜନର ଜନ ସମ୍ପର୍କ ଅଫିସର୍ କହିଛନ୍ତି ଯେ, "ବନ୍ଦେ ଭାରତ ଏକ୍ସପ୍ରେସରେ ସର୍ବଦା ଟ୍ରେନ ଛାଡ଼ିବା ପୂର୍ବରୁ ଘୋଷଣା କରାଯାଏ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କବାଟ ଲକ୍ ସିଷ୍ଟମକୁ ଏପରି କରାଯାଇଛି। ଟ୍ରେନ କେବଳ ଉପରସ୍ଥ ଅଧିକାରୀଙ୍କ ସୂଚନା ପାଇବା ପରେ ଯାଇ ଅଟକିବ।"

Vande Bharat Train To Urinate Man Fined For Urinate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe