Advertisment

ତାମ୍ପରା ପ୍ରକଳ୍ପକୁ ଏନଜିଟି ଝଟକା, ତୁରନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ

ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ କୌଣସି ସ୍ଥାୟୀ ନିର୍ମାଣ ହୋଇ ପାରିବନି।

Tampara Lake

Tampara Lake

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଗଞ୍ଜାମ ଜିଲ୍ଲାର ତାମ୍ପରା ଲେକ୍ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଲାଗିଛି ଏନଜିଟି ଝଟକା। ତୁରନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

Advertisment

ତାମ୍ପରା ହ୍ରଦର ଉଚ୍ଚ ଜଳସ୍ତରର ୫୦ ମିଟର ଭିତରେ କୌଣସି ସ୍ଥାୟୀ ନିର୍ମାଣ ହୋଇ ପାରିବନି। ସୌନ୍ଦର୍ଯ୍ୟକରଣ ନାଁରେ ବେଆଇନ୍ ଭାବେ ସ୍ଥାୟୀ କଟେଜ୍ ସରକାର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ମାମଲା ପରେ ଉଦବେଗ ପ୍ରକାଶ କରି କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

ଏହି ମାମଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ CPCB, ଗଞ୍ଜାମ ଜିଲ୍ଲାପାଳ, ପରିବେଶ ନିର୍ଦ୍ଦେଶକ ସାମିଲ୍ ଅଛନ୍ତି । ତଦନ୍ତ ପରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖରେ ରହିଛି । 

Advertisment
Tampara Lake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe