Night Safari
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ ସଫାରୀ। ପୂର୍ବରୁ ଜଙ୍ଗଲସଫାରୀ ଦିନରେ ଚାଲୁଥିବା ବେଳେ ସୋମବାର ରାତିରେ ଜଙ୍ଗଲ ବୁଲିଛନ୍ତି ଛାତ୍ରଛାତ୍ରୀ। ପିସିସିଏଫ୍ ସୁଶାନ୍ତ ନନ୍ଦ ନାଇଟ୍ ସଫାରୀର ଶୁଭାରମ୍ଭ କରିବା ପରେ ୧୨ଟି ଗାଡିରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବୁଲାଯାଇଥିଲା।
ନାଇଟ ସଫାରୀରେ ଛାତ୍ରଛାତ୍ରୀ ହାତୀ, ହରିଣ ସହ ବରହା ଦେଖି ବେଶ ଖୁସି ଅନୁଭବ କରିଥିଲେ। ଏହି ଜଙ୍ଗଲ ସଫାରୀରେ ସନ୍ଧ୍ୟା ୬.୩୦ରେ ପ୍ରଥମ ବ୍ୟାଚରେ ୬ଟି ଗାଡି ଛାଡ଼ିବ। ଏହାପରେ ୭.୩୦ରେ ଦ୍ୱିତୀୟ ବ୍ୟାଚ ପର୍ଯ୍ୟଟକଙ୍କୁ ଛଡ଼ାଯିବ। ରାତି ୯ଟା ୩୦ ସୁଦ୍ଧା ନାଇଟ୍ ସଫାରୀ ବନ୍ଦ ହେବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନାଇଟ୍ ସଫାରୀ ଆରମ୍ଭ ହେବା ପରେ ରାଜଧାନୀବାସୀ ଉଭୟ ଅନଲାଇନ ଏବଂ ଅଫ ଲାଇନରେ ଟିକଟ୍ ଲାଗି ଆବେଦନ କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୩ ଦିନ ନାଇଟ ସଫାରୀ ଚାଲିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1706595321.jpg)